ଆସ ସତର୍କ ହେବା
ଆସ ସତର୍କ ହେବା
ଯାହା ଉପରେ କରୁଛେ ବାସ
ପିଉଛେ ଯାରପାଣି,
ନିଶ୍ୱାସ ପାଇଁ ଅମ୍ଳଜାନକୁ
ଦେଉଛି ଯିଏ ଆଣି |
ଖାଇବାପାଇଁ ଦେଉଛି ଯିଏ
ଭଳିକି ଭଳି ଶସ୍ୟ,
ଯାହା ଉପରେ ନିର୍ଭରକରି
ଚଳୁଛି ସାରା ବିଶ୍ୱ |
ତାହାର ଯତ୍ନ ନେବାକୁ କିନ୍ତୁ
ଯାଉଛେ ଆମେ ଭୁଲି,
ଦୁଷିତତାକୁ କରୁଛୁ ଆମେ
ଅଳିଆ କେତେ ଢ଼ାଳି |
ଉପକାରତା ପାଶୋରିଦେଇ
କାଟୁଛୁ ଆମେ ଗଛ,
ଅମ୍ଳଜାନ ଯେ ଅଭାବହେବ
 
;ଭାବୁଛୁ ଆମେ ମିଛ |
ନଦୀପୋଖରି ପାଣିକୁ ଛାଡି
କାରଖାନାର ପାଣି,
ଜୀବନପାଇଁ ବିପଦ ଯେତେ
ସବୁ ଆଣୁଛୁ ଟାଣି |
ଧ୍ୱଂସ ଆମେ କରିଲେ ତାକୁ
ଧ୍ୱଂସ ହେବା ଦିନେ,
ହସିଲେ ସିଏ ହସିବା ଆମେ
ରଖିଥା ଏହା ମନେ |
ଏବେବି ଅଛି ସମୟ ହାତେ
ସତର୍କହୋଇ ଯାଅ,
ସ୍ୱଚ୍ଛ ରଖ ଧରିତ୍ରୀକୁ ଓ
ଗଛ ଲଗାଇ ଯାଅ |
ଲଗାଅଚାରା ହସୁଏ ଧରା
ସବୁଜବନାନୀରେ
ହସିଉଠୁ ଏ ମଣିଷ ଜାତି
କରୋନା ଯାଉ ଦୂରେ |