ଗାନ୍ଧୀ
ଗାନ୍ଧୀ
ଆଜି ପଞ୍ଚସ୍ତରୀ ବର୍ଷ ପରେ,
ଗାନ୍ଧୀ ହେ ତୁମେ ଫେରିଆସ ଯଦି ଭାରତ ଭୁଇଁକୁ ଥରେ ।
ନିଶ୍ଚୟ ତୁମେ ହୋଇବ ଚକିତ,
ଭାବିବ ବୋଧେ ଏ ନୁହଁଇ ଭାରତ,
ଭୁଲରେ ବୋଧେ ପହଞ୍ଚିଲ ଆସି
ଆଉ କେଉଁ ଦେଶ ପରେ ।
ଆଜି
କରୁଥିଲ ତୁମେ ନିଶା ନିବାରଣ,
ନିଶାବିକା ଏବେ ପାଆନ୍ତି ଇନାମ
ଯିଏଯେତେ ନିଶା ବିକ୍ରିକରିଲା ଖାତର ତାହାର ବେଶୀ,
କେମିତି ଚାଲିଛି ଦେଖିଯାଅ ତୁମ ନିଶା ନିବାରଣ ନୀତି ।
ଦେଖି ଏ ଦେଶର ନବସଭ୍ୟ ରୂପ,
ହେବନାହିଁ ଗାନ୍ଧୀତୁମେତ ଚକିତ,
ସେତେବେଳେ ସିନା ପିନ୍ଧୁଥିଲ
ତୁମେ ଆଣ୍ଠୁ ନଲୁଚାଧୋତି,
ଝିଅମାନେ ଏବେ ଆପଣେଇଛନ୍ତି
ଗାନ୍ଧୀତୁମ ସେ ନୀତି ।
ଦେଇଥିଲ ତୁମେ ଅହିଁସାର ମନ୍ତ୍ର,
ଦେଖ ଆଜି ତାହା କେତେ ହନ୍ତସନ୍ତ,
ଦିନ ଦ୍ୱିପହରେ ହତ୍ୟାରାହାଜାନି
ଚାଲିଅଛି ଏଠି ନିତି,
ଅହିଁସାମନ୍ତ୍ର କିପରି ଚାଲିଛି ଦେଖିଯାଅ ଥରେ ଆସି
ଯିବଯଦି ଟକେ ବିଧାନ ସଭାକୁ,
ଦେଖିବ ସେଠାରେ ନେତା ଓ ନେତ୍ରୀଙ୍କୁ,
କଳାକାରାନାମା ଦେଖିଲେ
ସେଠାରେ ମୁଣ୍ଡ ତୁମ ଯିବ ଘୁରି,
ଦେଶସେବା କିଂବା ନିଜସେବା
ତୁମେ ପାରିବନି ଠିକ୍ କରି ।
କହିଥିଲ ଦିନେ ଝିଅଟିଏ ଯଦି,
ରାତିରେ ଘରକୁ ଫେରଇ ଏକାକୀ,
ସ୍ୱାଧୀନତା ଆମ ସଫଳ ହୋଇଛି
ଜାଣିବା ଏକଥା ବାରେ,
ଗାନ୍ଧୀହେ ତୁମେ ଦେଖିଯାଅ
ତୁମ ରାମ ରାଜ୍ୟକୁ ଥରେ ।
ଆଜି ତୁମେ ଟିକେ ଭଲକରି ଦେଖ,
କାହାପାଖେ ଆଜି ନାହିଁତ ବିବେକ,
ଛୋଟଶିଶୁ ମଧ୍ୟ ଦୁଷ୍କର୍ମ ଶିକାର
ହେଉଅଛି ଏଠି ଆଜି,
ଗାନ୍ଧୀ ହେ ତୁମେ ଦେଖିଲେ
ଏ ସବୁ ଦୁଃଖେ ପଡିବ ଭାଜି ।
ଆସନାହିଁ ତୁମେ ଆସନାହିଁ,
ଗାନ୍ଧୀଯୁଗର ଅବସାନ ଏଠି ଗାନ୍ଧି ନୀତିରସ୍ଥାନନାହିଁ ।
