STORYMIRROR

Bidulata Sahoo

Abstract

4  

Bidulata Sahoo

Abstract

ରଜ

ରଜ

1 min
388


ଆସିଛି ଆସିଛି ରଜ,

ଘରେ ଘରେ ରଜ ଆଣିଛି ଖୁସି ପିଠାପଣା ସଜବାଜ |

ଦୋଳିଖେଳ ପାନଖିଆ,

ମଜା ହେବ ସିନା ହସିଲେ ଧରା ହସିଲେ ସାରା ଦୁନିଆ |

ଦୋଳିପାଇଁ ଲୋଡା ଗଛ,

ଗଛ ନାହିଁ ଦୋଳି କେମିତି ହେବ ଏକଥା ଟିକିଏ ଶୋଚ ?

ମାଟି, ପାଣି ଆଜି ବିଷ,

ଶୁଦ୍ଧ ବାୟୁ ଟିକେ ମିଳୁନି ବୋଲି ରୋଗ ଭୋଗୁଛି ମଣିଷ |

ଧ୍ୱଂସ ପଥେ ପରିବେଶ,

ଏବେଠୁ ସତର୍କ ନହେବା ଯଦି ଭବିଷ୍ୟତ ହେବ ନଷ୍ଟ |

ମୂର୍ତ୍ତିକା, ଜଳ ଓବାୟୁ ,

ପ୍ରଦୂଷଣ ଯୋଗୁ ଜୀବଜଗତୁ କମୁଛି ଜୀବର ଆୟୁ |

ବାୟୁ ପ୍ରଦୂଷଣ ବଢ଼ି,

ଏକ ଲକ୍ଷ ଶିଶୁ ପ୍ରତି ବରଷ ସଂସାର ଯାଆନ୍ତି ଛାଡି |

ରଜ ଦେଉ ଏହି ଦୀକ୍ଷା,

ଗଛକୁ ଲଗାଇ ଯତନ ନେବା ପରିବେଶ ହେବ ରକ୍ଷା |

ମାଟି ଏବେ ପୁରା ରେଡି,

ପକାଇଲେ ମଞ୍ଜି ଆସୁଛି ବର୍ଷା ପାଣିପାଇ ଯିବ ବଢ଼ି |

ଗଛ ଯଦିଯିବ ବଢ଼ି,

ପରିବେଶ ଆପେ ସଜାଡି ହେବ ହସିବେ ଆଗାମୀ ପିଢ଼ୀ |

ବାୟୁ ପ୍ରଦୂଷଣ ନାରା,

ସଭାସମିତିରେ କହିଲେ ଖାଲି ବିଶୁଦ୍ଧ ହେବ କି ଧରା ?

ଏଥିପାଇଁ ଲୋଡା ମନ,

ରଜ ପରଠାରୁ ଆରମ୍ଭ ହେଉ ଚାରା ପୋତାପୋତି କାମ |

ଆସୁଛି ବରଷା ଦିନ,

ପାଣି ପାଇ ଗଛ ବଢ଼ିବ ଭଲ ଦେବ ଶୁଦ୍ଧ ଅମ୍ଳଜାନ |


Rate this content
Log in

Similar oriya poem from Abstract