Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Abstract

4  

Bidulata Sahoo

Abstract

ଖରା ଆସିଲାଣି ମାଡ଼ି

ଖରା ଆସିଲାଣି ମାଡ଼ି

1 min
5


ଆସିଲା ଆସିଲା ଆସିଲା ଖରା,

ତାତିଲା ତାତିଲା ତାତିଲା ଧରା,

ଗମ୍ ଗମ୍ ବହେ ଝାଳ,

ତାତିଲା ଖରାରେ ଚାଲି ହେଉନାହିଁ ବାଟୋଇଟି କଲଵଲ ।

ଶୁଖିଲା ଶୁଖିଲା ଶୁଖିଲା ପାଣି,

ନଈନାଳ ଫାଟି ଆଁ କଲାଣି,

ଜଳଜୀବ କଲବଲ,

ନଳକୂପ ପାଖେ ଲାଗିଛି ଧାଡି ପାଇବାକୁ ଟୋପେ ଜଳ ।

ଚା ଆଡେ ଚାହିଁ ମୁହଁ କୁ ମୋଡି

ପଇଡ କହୁଛି ହଲାଇ ତୋଡି

କହିଲୁ କହିଲୁ‌ ମୋତେ,

କାହା ପଲା ଭାରି ରହିଛି ଏବେ କାହାର ଆଦର କେତେ ? 

ଚା କହୁଅଛି ତାହାକୁ ଚାହିଁ,

ଦେଖାନା ଏତେଲୋ ଚାତର ତୂହି

ହୁଅନାତୁ ରାଉରାଉ,

ଭାଉ ମୋର କେତେ ଜାଣିବୁ ରହ ଆଉ କିଛି ଦିନ ଯାଉ ।

ପଙ୍ଖା,କୁଲର ଓ AC ତ ମିଳି,

ସବୁଘରେ ଏବେ ରାଜ୍ କଲେଣି,

ବଢିଲା ତାଙ୍କର ଭାଉ,

ତାଙ୍କୁ ଛାଡି ଦଣ୍ଡେ ରହିହେଉନି ବିଲ୍ ପଛେ ଯେତେ ଯାଉ ।

ତବତ ପଡ଼ିଛି ମୁହଁ କୁ ମାଡି,

ପଖାଳ ହସୁଛି ଖିଲି ଖିଲି

ଶାଗଭଜା, ବଡ଼ିଚୁରା,

ଭାରିଭଲ ଲାଗେ ପାଖରେ ଥିଲେ ଆଳୁପୋଡା ଦହିବରା ।

ଆମ୍ବ, ତରଭୁଜ,ପଣସ,ତାଳ,

ବଜାର ରେ ଆସି ହେଲେ ଣି ଠୁଳ,

ସପୁରୀ ଓ ଜାମୁରୋଲ୍,

ଲିଚୁ ସହ ମିଶି ସାରା ବଜାର କୁ କରିଲେଣି ହୁଲୁସ୍ତୁଲ୍ ।

ପରବ ଆସୁଛି ଧାଡି କି ଧାଡି

ଅକ୍ଷୟ ତୃତୀୟା ଚନ୍ଦନ ପାଳି,

ସାବିତ୍ରୀ ପଛକୁ ରଜ,

ଏବେଠାରୁ ଝିଅ ଯୋଜନା କଲେଣି କେମିତି ହୋଇବେ ସଜ ।

ଖରାକୁ ତାଙ୍କର ଖାତିରି ନାହିଁ,

ବଉଳ କହୁଛି ମଲ୍ଲି କୁ ଚାହିଁ

କହିଲୁ କହିଲୁ ସାଙ୍ଗ,

ଖରା ଦେଖି ଆମେ ଡରିଛେ କି କେବେ ଫିକା ହୋଇଛି କି ରଙ୍ଗ ? 

ଗ୍ରୀଷମଟା ଭାରି ବିଷମ ସିନା,

ଜଳ ଟାଣି କରେ ମେଘକୁ ଜମା,

ତାହାଲାଗି ପାଉ ପାଣି,

ଖରା ନହୋଇଲେ ହେବନି ବର୍ଷା ଏକଥାଟି ଥାଅ ଜାଣି ।


Rate this content
Log in

Similar oriya poem from Abstract