STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମାଟି ଓ ଆକାଶ

ମାଟି ଓ ଆକାଶ

1 min
224

ମାଟି ଓ ଆକାଶ ମଝିରେ ମୁଁ ଏକ ଉନ୍ମୁକ୍ତ ଦିଗନ୍ତ

ଉଭୟଙ୍କ ବିନା ସଦା ଶୂନ୍ୟ ମୋର ସକଳ ଅସ୍ତିତ୍ବ।


ମାଟିର ପଣତ ତଳେ ଲେଖା ମୋର ଜୀବନ ଜାତକ

ଆକାଶର ଆଶ୍ୱାସନା ମୋ ପାଇଁ ପ୍ରେରଣାର ଖୋରାକ।


ସେମାନଙ୍କ ଆନନ୍ଦରେ ପୁରିଉଠେ ମୋ ଭାଗ ଜୀବନ

ମୁଁ ବୋଧେ ପୂର୍ଣ୍ଣ ହୁଏ ଦେଖି ତାଙ୍କ ହସିଲା ବଦନ। 


ମତରେ ପାର୍ଥକ୍ୟ ହୁଏ ବହୁ ବାର ତାଙ୍କ ସହ ସିନା

ପରିଶେଷେ ସାଜନ୍ତି ସେ ମୋ ପାଇଁ ଆଦର୍ଶ ନମୁନା।


ସାର୍ଥକ ଜୀବନ ହେବ ସେମାନଙ୍କ ସୁଖ ସନ୍ତୋଷରେ

ତଥାପି ବିଫଳ ହୁଏ ମୋ କର୍ତ୍ତବ୍ୟ ପୂର୍ଣ୍ଣ କରିବାରେ। 


ଶେଷ ଯାଏଁ ଲୋଡ଼ିବି ମୁଁ ଆଶୀର୍ବାଦ ସେ ଦୁହିଁଙ୍କର

ରୁଣୀ ହୋଇ ରହିଥିବି ଶବ ହେବା ଯାଏଁ ଏ ଶରୀର। 


ଜୀବନ୍ତ ଈଶ୍ୱର ଦୁହେଁ ଫୁଟନ୍ତୁ ମୋ ଜୀବନ କନ୍ଦରେ

ହେ ଈଶ୍ୱର ଶକ୍ତି ଦିଅ ଜୀବ ଯାଉ ତାଙ୍କର ସେବାରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract