STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଧନନ୍ତରୀ ଶୁଭାରମ୍ଭ

ଧନନ୍ତରୀ ଶୁଭାରମ୍ଭ

1 min
157


ଆଜି ଧନନ୍ତରୀ ବା ଧନତେରସ

ପାଳିତ ଶୁଭୁ ମୁହୁର୍ତେ,

ଲକ୍ଷ୍ମୀଙ୍କ ପୂଜନେ ଧନ ବୃଷ୍ଟି ହୁଏ

କରୁଣା ଥାଏ ସାକ୍ଷାତେ।


କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି

ଧନନ୍ତରୀ ଜୟନ୍ତୀଟି

ଥିଲେ ଧନନ୍ତରୀ ଦେବଙ୍କ ଡାକ୍ତର

ସାକ୍ଷାତେ ଭଗବାନଟି ।


ଗଣେଶ କୁବେର ପୂଜନ ଭାଇରେ

ହୁଏ ଭକ୍ତିଚିତେ ଆଜି,

ଅଛିଟି ଯହିଁରେ ପୁରାଣ ମହତ୍ତ୍ଵ 

କିଣିବା ମହତ୍ତ୍ଵ ଆଜି।


ସୁନା ରୂପା ପରା ଅଳଙ୍କାର ଆମ

କିଣିବା ଅଟେ ଟି ଶୁଭ,

ପିତ୍ତଳ ବାସନ କିଣିବା ଭି ଶୁଭ

ତ୍ରୟୋଦଶୀରେଟି ଶୁଭ।


କିଣିଲେ ଉତ୍ତମ ଧଣିଆ ଓ ଝାଡୁ

ଶୁଭ ପରା ଏହୁ ଅତି,

ଗୃହକୁ ଆଣିଲେ ଶୁଭ ମୁହୁର୍ତ୍ତରେ

ଅତି ଲକ୍ଷ୍ମୀଙ୍କର ପ୍ରୀତି।


ବଜାର ସାଜିଛି ଶୁଭ ତ୍ରୟୋଦଶୀ 

ଜନ ଜନ ଉତ୍ସାହିତ,

ବିଭିନ୍ନ ଜିନିଷ କିଣନ୍ତି ବଜାରୁ

ହୋଇଣସେ ହର୍ଷଚିତ।


ପୂଜାର ନୈବେଦ୍ୟ କିଣନ୍ତି ବଜାରୁ

କରିବେଟି ଲକ୍ଷ୍ମୀ ପୂଜା,

କରିବେ ଟି ପୂଜା ଗଣେଶ କୁବେର

ସନ୍ଧ୍ୟା ଛ ଟାରେ ଏ ପୂଜା।


ଅତି ଶୁଭ ଦିନ ଆଜିଟା ଭାଇରେ

ପୂଜନ ଟି ଠାକୁରାଣୀ,

ଧନ ବୃଷ୍ଟି ହେବ ତାଙ୍କ ଆଶିର୍ବାଦୁ

ଲକ୍ଷ୍ମୀପୂର୍ଣ୍ଣଟି ଧରଣୀ।


ଅଗ୍ରଣୀ ପୂଜନ ଗଜାନନଙ୍କ ର

କରିବେ ପୂଜା କୁବେର,

ହେବ ସାରାରାତ୍ର ଲକ୍ଷ୍ମୀଙ୍କ ପୂଜନ

ପ୍ରେମ ଭକ୍ତି ଓ ଶ୍ରଦ୍ଧାର।


ବିଚ୍ଛିନ୍ନାଞ୍ଚଳରୁ ଅଭିନନ୍ଦନଟି

ଶୁଭ ମୂହୁର୍ତ୍ତରେ ଆଜି,

ରଖନ୍ତୁ କରୁଣା ଲକ୍ଷ୍ମୀ ଠାକୁରାଣୀ

ଶୁଭକାମନା ଟି ଆଜି।


ଲକ୍ଷ୍ମୀ ପୂର୍ଣ୍ଣ ହେଉ ପବିତ୍ର ଭାରତ

ଆତ୍ମନିର୍ଭରଟି ହେଉ,

ଆତ୍ମବିଶ୍ୱାସରେ ରାଷ୍ଟ୍ର ଗୁଞ୍ଜି ଉଠୁ

ରାଷ୍ଟ୍ର ଶକ୍ତିଶାଳୀ ହେଉ।


ପୌରାଣିକ କଥା ଦୀପ୍ତିମାନ ହେଉ

ଲକ୍ଷ୍ମୀ ଆଶିର୍ବାଦ ରହୁ,

ମନ୍ତ୍ର ସମଭଵ ଗୁଞ୍ଜୁଟି ରାଷ୍ଟ୍ରରେ

ତ୍ୟାଗ ଧର୍ମ ପ୍ରେମରହୁ।





Rate this content
Log in

Similar oriya poem from Abstract