STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କିଏ ହେବ ତାର ପରି

କିଏ ହେବ ତାର ପରି

1 min
204


ନାହିଁ ତାର ପରି ମନୁଷ୍ୟ ଜୀବନେ ନାହିଁ ତୁଳନାରେ କେହୁ,


ଦଶ ମାସ ଗର୍ଭେ ଧରିଣ ଜନନୀ


ଦୁନିଆ ଦେଖାଏ ଏହୁ।


କେତେ କଷ୍ଟ ସହି ଜନମ ଦିଏସେ କେତେ ଅନିଦ୍ରାରେ ରୁହେ,


ମୁଁ କାହୁଁ ଜାଣିବି ଜାଣନ୍ତି ଅନନ୍ତ


ମୋର ପାଇଁ କଷ୍ଟ ସହେ।


ଧରତ୍ରୀରେ ଆସେ ଯେବଟି ମୁହିଁରେ ଭୁଲି ଯାଏ ସବୁ କଷ୍ଟ,


ଦେଖିଣ ମୋତେଟି ହୁଏ ଆନନ୍ଦିତ


ଘୁଞ୍ଚି ଯାଏ ତାର କଷ୍ଟ।


ପାଳନ କରେଟି ଅତି ଯତ୍ନେ ମୋତେ ଦିଏ ମାତୃଭାଷା ଶିକ୍ଷା,


ଶିକ୍ଷା ଦିଏ ମୋତେ ଚଲିବା କହିବା


ଦିଏ ଖେଳିବାର ଶିକ୍ଷା।


ସଂସ୍କୃତି ସଂସ୍କାର ଶିକ୍ଷା ଦିଏ ମୋତେ ଦିଏ ପ୍ରାଥମିକ ଶିକ୍ଷା,


ସେହୁ ବାଲ୍ୟ ଗୁରୁ ଶକ୍ତିରୂପା ସେହୁ


ଅତୁଲ ତାର ଟି ଶିକ୍ଷା।


ଯାହା କିଛି ମୁହିଁ ଜନନୀଙ୍କ ବଳୁ ସ୍ଥାନ ସର୍ବୋଶେଷ୍ଟ ତାଙ୍କ,


ଭୁଲି କି ପାରିବେ ସନ୍ତାନ କେହୁରେ


ରହୁ ଭକ୍ତି ସଦା ତାଙ୍କ।


ଗୃହେ ଆସୁ ଯେତେ ବାଧା ବିଘ୍ନ କଷ୍ଟ ଜନନୀ ଆଦରେ ରହୁ,


ଶିକ୍ଷା କ୍ଷେତ୍ରେ ଆସୁ ଯେତେ ଭି ସମସ୍ୟା


ମାତୃଭାଷା ଶିକ୍ଷା ରହୁ।


ରକ୍ଷାରେ ତାଙ୍କର ସତର୍କ ରୁହରେ ସର୍ବୋପରି ଜୀବନରେ,


ମାତୃଭୂମି ପରା ଜନନୀ ଆମର


ଆଦର କର ତାହାରେ।


ମାଆ ମାତୃଭୂମି ମାତୃଭାଷା ଆମ ସର୍ବୋଚ୍ଚ ଟି ଜୀବନରେ,


ସୁରକ୍ଷା କରିବା କର୍ତ୍ତବ୍ୟ ଆମର


ଧ୍ୟାନ ରଖ ନିରନ୍ତରେ।


ଶୁନ୍ୟ ଏହା ବିନୁ ମନୁଷ୍ୟ ଜୀବନ ବୃଥା ଆମ ଧର୍ମ କର୍ମ,


ମୂଲ୍ୟ ନାହିଁ କିଛି ଧନ ଓ ସମ୍ପତ୍ତି


ବୃଥା ତା ମନୁଷ୍ୟ ଧର୍ମ।


ଜାଗ୍ରତ ହୁଅହେ କର୍ତ୍ତବ୍ୟରେ ରୁହ ଆଦର କର ତାଙ୍କର,


ଆଦର ନକଲେ ନାହିଁ ମୂଲ୍ୟ କିଛି


ମାନବ ଜନ୍ମ ଆମର।


ଜଗନ୍ନାଥ ଭକ୍ତି କର ନିରନ୍ତର ଆରାଧ୍ୟ ଆମର ସେହୁ


ଜ୍ଞାନ ଭରି ଦେବେ କର୍ତ୍ତବ୍ୟେ ଆମର


ପୂର୍ଣ୍ଣ କରିଦେବେ ସେହୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract