ମା ଗୋ ମା
ମା ଗୋ ମା


ମା ଗୋ ମା ଦୁର୍ଗା ମା ଚରଣେ ତୋର
ଦୟିନୀ କରୁଛି ମୋର ବିପତ୍ତି ଘୋର ।
ଦୁର୍ଗତି ନାଶିନୀ ବୋଲି ଜଗତ ଜନେ
ଡାକନ୍ତି ତୋ ନାମ ଧରି ଶୁଣୁ ତୁ କାନେ
ତୋର ପାଦ ତଳେ ମୋର କୋଟି ଜୁହାର ।
ଅଧର୍ମର ବିନାଶନ ଧର୍ମ ରକ୍ଷଣ
ଅସତ୍ୟ ବିନାଶି କରୁ ସତ୍ୟ ଧାରଣ
କଳୁଷ ହାରିଣୀ ଦେଉ ଅଭୟ ବର ।
ଦୁଷ୍ଟ ନାଶି ସନ୍ଥ ଜନ କରୁ ପାଳନ
ତୋର ନାମ ତୁଣ୍ଡେ ଥିଲେ ନାହିଁ କଷଣ
ଘୋର ଦୁର୍ଗତି ନାଶିନୀ ଜନନୀ ମୋର ।
ମହିଷାସୁର ସଂହାରୀ ରଖିଲୁ ସୃଷ୍ଟି
ଯୋଗମାୟା ମହାମାୟୀ ତୁ ପରମେଷ୍ଠୀ
ସୃଷ୍ଟି ସ୍ଥିତି ଲୟ ସିନା ଖେଳ ତୋହର ।
ତ୍ରେତା ଯୁଗରେ ଶ୍ରୀରାମ ତୋତେ ସୁମରି
ରାବଣ ପ୍ରାଣ ହାରିଣ ସୀତା ଉଦ୍ଧାରି
ବିଭୀଷଣେ ରାଜା କଲେ ଲଙ୍କାଗଡର ।
ସୁଦୟା କରିବୁ ମାତା ସଭିଙ୍କ ପରେ
ଏତିକି ମାତର ତୋତେ ବିନତି କରେ
ସଭିଙ୍କ ମନରୁ କର କଳ୍ମଷ ଦୂର ।