STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଚେତନାର ସର୍ବୋଚ୍ଚ ସୋପାନ

ଚେତନାର ସର୍ବୋଚ୍ଚ ସୋପାନ

1 min
146

ହେ ସିଦ୍ଧାର୍ଥ !

ଶିଖାଇ ଦିଅ ମୋତେ

ଛଳଛଳ ଜୀବନର ବିଶୁଦ୍ଧତା ମନ୍ତ୍ର

କାମନା ,ବାସନାର ଜଳଛବି ଛାଡି

ହୃଦୟ ମୋ ସଦା ଲିପ୍ତ ରହୁ ନିର୍ବାଣ ପଥରେ

ଶିଖାଇଦିଅ ମୋତେ ଏମିତି କିଛି ମନ୍ତ୍ର

ସବୁ ସମ୍ପର୍କକୁ ଛିନ୍ନ କରି

ବଞ୍ଚିବି ମୁଁ ବୈରାଗ୍ୟ ଭାବରେ ।


ହେ ସିଦ୍ଧାର୍ଥ !

ଦିଅ ମୋତେ ଏକ ବିଷୁଦ୍ଧ ନିରୋଳା ପଣ

ସେ ହେଉ ନିରଞ୍ଜନା ନଦୀ ତଟ୍ଟ

ବୈରାଗ୍ୟ ର ବୋଧୀଦ୍ରୁମ ତଳେ

ନିତି ଗାଇବାକୁ ଚାହେଁ ମୁହିଁ ଜୀବନର ଶେଷ ଜଳଛବି ଗୀତ

ଆଉ କିଛି ସଙ୍କଳ୍ପ ର ସ୍ତୋତ୍ର

ଭୁଲିଯିବି ଜୀବନର ସବୁ ବ୍ୟର୍ଥ ବନ୍ଧନ ।


ହେ ସିଦ୍ଧାର୍ଥ !

ପ୍ରଶାନ୍ତ ମୁଦ୍ରାରେ ମୁଁ

ହେବି ତପରେ ନିମଗ୍ନ

ଥରୁଟିଏ ଜ୍ଞାନ ଚକ୍ଷୁ ମୋର କର ଉନ୍ମିଳନ

ସଂସାର ର ମୋହ ମାୟାର ବନ୍ଧନ

ଢଳ ଢଳ ଜଳଛବିର ଜୀବନ

ସବୁଠାରୁ ରହି ବିନିର୍ମୁକ୍ତ

ସ୍ପର୍ଶ କରିବାକୁ ଚାହୁଁଛି ମୁଁ

ଚେତନା ର ସର୍ବୋଚ୍ଚ ସୋପାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract