STORYMIRROR

Mamatamanjari Das

Others

4  

Mamatamanjari Das

Others

ଅନ୍ତରରେ ଶାନ୍ତି

ଅନ୍ତରରେ ଶାନ୍ତି

1 min
370

କାଲି ରାତିର ଅନ୍ଧାର ରେ
ଆସିଥିଲା ସିଏ ଖୁବ୍ ଜାକ ଯମକରେ
ସାଙ୍ଗରେ ବି ଆଣିଥିଲା ବାଜା ରୋଷଣୀ ଓ ବାଣ
ଦୁମ୍ ଦୁମ୍ ହୋଇ ଛୁଇଁଗଲା ଯେବେ ଏ ଧରାକୁ
ତା ଅମୃତ ଛୁଆଁରେ
ଅନ୍ତରର ଶାନ୍ତି ହେଲା ଦ୍ୱିଗୁଣିତ
ପୁଲକିତ ହୋଇ ଗଲା ପ୍ରାଣ…

ସେ ବି ବର୍ଷି ଗଲା କେତେ ଅସରା
ଛମ୍ ଛମ୍ ନୃତ୍ୟର ତାଳେ ତାଳେ
ବଜାଉ ଥିଲା ବାଜା ଫୁଟାଉ ଥିଲା ବାଣ
ପବନର ତାଳେ ତାଳେ କରୁଥିଲା ରୋଷଣୀ
ଆଁ କରି ଚାହିଁ ରହିଥିଲେ ମାଟି, ଗଛ ପଶୁ ପକ୍ଷୀ
ସେମାନେ ଆଉ ମୁଁ
ମନ ଭରି ପିଉଥିଲୁ ତା ଅମୃତ ପାଣି …

ଆମେ ଭିଜିଲୁ, ମଜିଲୁ
କିଛିକ୍ଷଣ ପାଇଁ ଭରିଗଲା ଅନ୍ତରରେ ଶାନ୍ତି
ତୃଷାର୍ତ୍ତ ଥିଲୁ ଆମେ ବସନ୍ତର ଏ ଉତପ୍ତ ଖରାରେ
ସତେ ଅବା ଭରିଗଲା ସବୁଜିମା ତା ଅମୃତ ଛୁଆଁରେ
ସଭିଙ୍କର ଅନ୍ତରରେ ଶାନ୍ତି ଭରିଗଲା
ତୃଷାର୍ତ୍ତ ପ୍ରାଣରେ ବି ଭରୁଥିଲା ତୃପ୍ତି…

ମନ କହୁଥିଲା ରେ ବର୍ଷା..
ଆ ଆଉ ଥରେ ଆସି ତୁ ବରଷି ଯା,
ମୁଁ ସଜେଇଛି ତୋପାଇଁ ସ୍ବାଗତ ତୋରଣ
କହିଦେ ଅନ୍ତର  ବେଦନା ତୋର 
ଜମାଟ ବାନ୍ଧି ରଖିଛୁ ସେ କେଉଁ ଯୁଗର
ଆଉ ମୁଁ କହିବିନି ସବୁ ସହି ଯାଆ
ଭିଜୋଉଥା ଏ ଧରଣୀକୁ  ସବୁବେଳେ ଏମିତି
ସଭିଙ୍କର ଅନ୍ତରରେ ଶାନ୍ତି ଭରୁ ଥାଆ …


Rate this content
Log in