STORYMIRROR

Mamatamanjari Das

Abstract Inspirational Others

4  

Mamatamanjari Das

Abstract Inspirational Others

ଆଉ କେତେଦିନ ବଞ୍ଚିବା

ଆଉ କେତେଦିନ ବଞ୍ଚିବା

1 min
256

ଆସ ଆଜି ପୁଣି ଥରେ

ମିଳିତ ଭାବରେ ଗାଇବା ଆମେ

ସମ୍ପର୍କ ର ମଧୁର ସଙ୍ଗୀତ

ଏକାଠି ହୋଇ ପୁଣି ଥରେ ସମାଧାନ

କରିଦେବା କିଛି ଆଛିଣ୍ଡା ଗଣିତ

ଦି ଦିନର ଜୀବନ ଇଏ

କଣ ଆଣିଥିଲେ ଅବା ନେଇ ଯିବା କଣ୍

କେତେ ଦିନ ଆଉ ବଞ୍ଚିବା ଆମେ

କରୁଥିବା ବାଦ ବିବାଦ ର ଋଣ !!!


ଭାଙ୍ଗିଗଲା ପରେ ସମ୍ପର୍କ

ଆଉଥରେ ଆସ ଆମେ ହେବା ଏକଜୁଟ

ବାନ୍ଧି ଦେବା ସମ୍ପର୍କ ର ଶିକୁଳି ରେ

ପଢିବା ଆମେ ବାକି ଥିବା ଜୀବନ ର

ଯେତେ ଶାନ୍ତି ପାଠ…


ଶାନ୍ତି ଯଦି 

ପ୍ରେମ ହୋଇ ଫୁଟନ୍ତା 

ଆମେ ନିଃସନ୍ଦେହରେ ଭରି ପାରିବା

ଆଗାମୀ ସକାଳର ଶୋଷ 

କେଵଳ  ସ୍ବପ୍ନ ଆଉ ସମ୍ଭାଵନାରେ 

ପରମ ତୃପ୍ତି ଲଭନ୍ତା ଏ ଜୀବନ

ଆଉ କେତେ ଦିନ ବଞ୍ଚିବା ଆମେ ହୋଇ ହନ୍ତସନ୍ତ…!!


ସେ ନିଦ ହେଉ ଅବା ନାଦ 

ଭାଙ୍ଗିଗଲା ପରେ 

ଗଢ଼ିବାର ପର୍ବ 

ଖୁବ୍ ଗୁରୁତ୍ଵ ଵହନ କରି 

ଵେଶୀ ବେଶୀ ଉଖୁରଉଥାଏ ସିନା ...

ନ ଭାଙ୍ଗିଵାର ଭଙ୍ଗିମାରେ 

ଏକ ଅବୁଝା ଆଲୋଡନକୁ 

କୋଉ ତୁନି କରାଇପାରେ 

ଭୋର୍ ଵେଳରେ 

ବିଭୋର୍ କରି .....! 


ଆକାଶ ଆଖିରେ ଅଶ୍ରୁ ଆସିଲେ

ସର୍ବ ପ୍ରଥମେ ଓଦାହୁଏ

ଏ ପୃଥିବୀ  ମାଆ

କାହାରି ରକ୍ତ ପାତରେ କଣ କେବେ

ଶାନ୍ତ ପଡିଯିବ ଶାନ୍ତିପ୍ରୀୟ

ଆମର ଏ ଧରଣୀର ହିଆ…!!


ଆସ ସାଥି ହୋଇ ଆମେ

ଗାଇବା ଶାନ୍ତିର ସଙ୍ଗୀତ

ଅଢେ଼ଇ ଦିନର ଜୀବନରେ ଆମ

ଭରିଦେବା ସମ୍ପର୍କର ନିଆରା ପୁଲକ

ସବୁ ସମାପ୍ତିର ସାମର୍ଥ୍ୟ ନୁହେଁ

ଶେଷ ଚୁକ୍ତି ନାମା

ଆଉ  କେତେଦିନ ବଞ୍ଚିବା ଯେ

ଆସ ମିଳିତ ଭାବେ କରିଦେବା

ଯେତେ କଳୁଷର ପଞ୍ଚନାମା …!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract