STORYMIRROR

Mamatamanjari Das

Others

3  

Mamatamanjari Das

Others

ଧୂଆଁ ଧୂଆଁ ଆକାଶ

ଧୂଆଁ ଧୂଆଁ ଆକାଶ

1 min
20

ଶ୍ରାବଣ ମାସର ଝିପି ଝିପି ମେଘ

ଧୂଆଁ ଧୂଆଁ ଏ ଆକାଶ

ସବୁଜିମା ଭରା ଏ ସାରା ଧରଣୀ

ସଭିଙ୍କ ମୁହଁରେ ହସ ।

ଭୁରୁ ଭୁରୁ ହୋଇ ମାଟି ମହକୁଛି

ମୟୁର ଖୁସିରେ ନାଚେ

ସାରୁ ବୁଦା ମୂଳେ ବେଙ୍ଗୁଲି ରାଣୀଟା

କେଁ କଟର ହୋଇ ଡାକେ ।

ଶ୍ରାବଣୀ ଗୋ ତୁମେ ଆସିଅଛ ଶୁଣି

ସୂର୍ଯ୍ୟ ଦେବ ଗଲେ ଲୁଚି

ଧୂଆଁ ଧୂଆଁ ଆକାଶ ତଳେ ଏ ମଣିଷ

ମନାଉଛି କେତେ ଖୁସି ।

ଫୁଲରେ ଫୁଲରେ ହସୁଛି ଧରଣୀ

ଭାର ନେଇଯାଏ କାଉଡିଆ

ବାବା ଭୋଳାନାଥ କରିବେ ସ୍ନାହାନ

ଆକାଶଟା ଦିଶେ ଧୂଆଁ ଧୂଆଁ ।

ରଜନୀଗନ୍ଧାରେ ଭରିଦେଇଛି କେ

ମନ ମତାଣିଆ ବାସ

ନିଝୁମ ରାତିର ମେଘାକାଶେ ପୁଣି

ଜହ୍ନ ମାରେ ଦୀର୍ଘଶ୍ୱାସ ।

ଧୂଆଁ ଧୂଆଁ ଆକାଶ ବାଦଲରେ ଭରା

ଶୀତଳତା ଭରା ମହୀ

ଧବଳ ଧବଳ ପାଣିର ଫୁଆର ରେ

ସବୁ ମୁକ୍ତା ପରି ହିଁ ଦିଶଇ।

ଧାରା ଶ୍ରାବଣର ପାନ୍ଥଶାଳରେ

ଦିଶେ କାର ଚିହ୍ନା ମୁହଁ

ହେଲେ ଧୂଆଁ ଧୂଆଁ ଆକାଶ ପାଇଁ

କାହିଁକି ଦିଶେନା କୁହ ।

ଝିପି ଝିପି ଏଇ ବର୍ଷା ସାଥିରେ

ସାଥେ ଯଦି ଥାଏ ପ୍ରୀୟା

ମୋହନ ବଂଶୀ ର ନିନାଦ ଶୁଭଇ

ଛାତି ତଳେ ଜଳେ ନିଆଁ ।

ଶ୍ରାବଣୀ ଗୋ ତୁମେ ସତରେ ଜାଣିଛ

ଶାମ୍ବରୀ ମୋହିନୀ ମାୟା

ଧୂଆଁ ଧୂଆଁ ଆକାଶ ଅନ୍ତରାଳେ ଥାଇ

ବିସ୍ତାରିଛ ତୁମ କାୟା l

              



Rate this content
Log in