STORYMIRROR

Mamatamanjari Das

Romance

4  

Mamatamanjari Das

Romance

ମୁଁ ରୁ ମହକିଲାଣି

ମୁଁ ରୁ ମହକିଲାଣି

1 min
17

ମୁଁ ରୁ ମହକିଲାଣି 
ତୋ ପର୍ଯ୍ୟନ୍ତ... 
ନାଁ ନ ନେଇ ବି 
ତୋ ନାଁ ହିଁ ,
ଜପୁଛି ପ୍ରତି ନିଃଶ୍ୱାସେ…

ତୁ ସ୍ୱପ୍ନରେ ଅଧୀର, 
ମୁଁ ଭାବନାରେ ବିଭୋର
ମଝିରେ ଅଛି କେବଳ 
ଗୋଟେ ନୀରବ ଦୂରତା, 
ଯାହା ଆମକୁ ଆହୁରି ପାଖ କରେ…

ଦିନ ଥରେ ପଚାରିଲା, 
“କାହିଁକି ଚୁପ୍ ରହିଛ?” 
ରାତି ହସି କହିଲା, 
“କିଛି କଥା ଶବ୍ଦରେ ମରିଯାଏ, 
ଚୁପ୍ ରହିଲେ ଅମର ହୁଏ…”

ମୁଁ ତୋତେ ଛୁଇଁନି, 
ତଥାପି ଅନୁଭବ କରୁଛି 
ତୋ ହାତର ଉଷ୍ମତା
ତୁ ମୋତେ ଡାକିନୁ, 
ତଥାପି ଶୁଣୁଛି 
ତୋ ନାଁର ପ୍ରତିଧ୍ୱନି…

କାଳ କହିଲା, 
“ଏଇଟା ପ୍ରେମ ନୁହେଁ, 
ଏଇଟା ସ୍ମରଣ
ତୁମେ ଆଗରୁ ଏକ ଥିଲ, 
ଆଉ ପୁଣି ଏକ ହେବ…”

ତେଣୁ ଆଜି ଯଦି 
ମୁଁ ମହକୁଛି, 
ଜାଣିବୁ ,
ସେ ମହକ ତୋ ପାଖରୁ ଆସୁଛି
ଆଉ ଯଦି ତୁ ଅଧୀର ହେଉଛୁ, 
ବୁଝିବୁ, 
ସେ ଅଧୀରତା ମୋ ଭିତରେ ବାଜୁଛି…

ଆମ ମଝିରେ ଦୂରତା ନାହିଁ, 
କେବଳ ଗୋଟେ ପରଦା ଅଛି 
ନାଁ ତାର “ସମୟ” 
ସେ ପରଦା ଉଠିବ, 
ସେଦିନ ବୁଝିବୁ 
ଆମେ କେବେ ଅଲଗା ଥିଲୁ ହିଁ ନାହିଁ,…

ମହକିବାର ନାଁ ହିଁ ତ ଜୀବନ
ଧରି ରଖି ପାରିଲେ
ଏଠାରେ ଜୀବନଟା ଚାଲେ
ସେମିତି ରେ ପ୍ରେମ ତ  କେବେ
ମରେନାହିଁ ହୃଦୟ ଭିତରୁ
ଯିଏ ଯେତେ ଦୂରରେ ବି ଥିଲେ …



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance