ପ୍ରେମ
ପ୍ରେମ
ପ୍ରେମ,
ସଂପର୍କ ର ଭିନ୍ନ ଏକ ଭାଷା
ସୃଷ୍ଟି ର ଆରମ୍ଭ ରୁ
ପ୍ରେମ ରୁ ହିଁ ସୃଷ୍ଟି ।
ପ୍ରେମ ପବିତ୍ର ଶାଶ୍ୱତ
ପ୍ରେମ ସ୍ୱର୍ଗୀୟ ,
ପୁଣି ଅସୀମିତ ,ଅପରିକଳ୍ପନୀୟ ।
ପ୍ରେମ,
ତ୍ୟାଗ ର ଅନ୍ୟନାମ
ଆଖିର ଭାଷା , ଓଠର ନୀରବତା ,
ହୃଦୟ ର ଏକ ଅନୁଭବ ।
ପ୍ରେମ ଗଢ଼ି ତୋଳେ
ଏକ ସୁନ୍ଦର ଦୁନିଆ ଟିଏ।
ହେଲେ ଆଜି କିନ୍ତୁ ଯେମିତି
ବଦଳି ଯାଇଛି ପ୍ରେମ ର ସଂଜ୍ଞା
ଏଠି ପ୍ରେମ ନାହିଁ ଅନୁଭବ ରେ
ଖାଲି ଉପଭୋଗ ରେ ,
ଛଳନା ଆଉ ପ୍ରତାରଣା ରେ ।
ତୁମେ ,
ଯେବେ ଆସିଲ ମୋ ଜୀବନେ
ଶାଶ୍ୱତ ପ୍ରେମ ଟିଏ ନେଇ
ବଦଳାଇ ଦେଲ ଭାବନାକୁମୋର ।
ତୁମେ,
ବୁଝିପାରୁଥଲ ମୋ ମନ ର ଭାଷା ସବୁ
ଦେଖିପାରୁଥିଲ ହୃଦୟ ତଳର ଦୁଃଖ କୁ
ଯେତିକି ଜାଣିନି ମୁ ମୋ ନିଜକୁ
ତୁମେ କିନ୍ତୁ ଜାଣିଛ ମୋତେ ।
ପବିତ୍ର ପ୍ରେମ ଟି ଏ
ଆଜିବି ବଞ୍ଚି ରହିଛି
ତୁମ ପରି ପ୍ରେମୀ ଙ୍କ ହୃଦୟରେ..