ନିଃସଙ୍ଗ
ନିଃସଙ୍ଗ


ଜନ୍ମ ଓ ମୃତ୍ୟୁ ଭିତରେ ସୀମିତ
ଜୀବନର ଏଇ ଚଲାପଥ
ଚାଲିବାଟା ନୁହଁଇ ସହଜ ।
ଅଙ୍କାବଙ୍କା ଗତିପଥ
କେତେ ଯେ ଉତଥାନ ପତନ
ଆଉ ଘାତ ପ୍ରତିଘାତ ।
ଲୋଡ଼ାହୁଏ ସାଥି ବାଟୋଇ ଟିଏ
ସାହାରା ର,
ବାନ୍ଧିବାକୁ ହୁଏ ଡୋରି
ସମ୍ପର୍କର ।
ହେଲେ ସମୟ ର ସାଥେ ସାଥେ
ବଦଳୁଥାଏ ସବୁକିଛି,
ଛିଣ୍ଡୁ ଥାଏ ସମ୍ପର୍କ ର ଖିଅ ଟିଏ ତ
ପୁଣି ଯୋଡି ହୁଏ ନୂଆ ସମ୍ପର୍କ ଟିଏ
ଚିହ୍ନା ମୁହଁ ସବୁ ଅଚିହ୍ନା ହୁଅଇ
ଅଚିହ୍ନା ହୁଏ ଚିହ୍ନା ।
ହାତ ଧରି ଚାଲି ଶିଖେଇ ଥିବା
ପରିଚୟ ସବୁ
ଚାଲି ଯାଆନ୍ତି ଦୁରକୁ ଦୁରକୁ
ଏ କ୍ଲାନ୍ତ ଅପରାହ୍ନେ
ଥକିଯାଉଥିବା ପାଦ ଦୁଇ
ଖୋଜ
ୁଥିଲା ଯେଉଁ ପରିଚିତ ମାନଙ୍କୁ
ମୁହଁ ଛପା ଦେଇ ରହିଗଲେ
ନିସଙ୍ଗ କରିଦେଇ ।
ତୁ ଯେବେ ସାଜିଲୁ
ବାଟୋଇ ମୋ ବାଟର
ଶୂନ୍ୟ ମନେ ମୋ ଭରିଦେଲୁ ପୂର୍ଣ୍ଣତା
ଆଉ ତୋ ହାତ ଧରି ବାଟ ଚାଲୁ ଚାଲୁ
ବାଟ ସବୁ ଲାଗୁଥିଲା ସହଜ ସହଜ ।
ଇଚ୍ଛା ହେଉଥିଲା ଚାଲିବାକୁ ଆଗକୁ ଆଗକୁ
ତୁ ବି ବଦଳିଗଲୁ ସମୟ ସାଥିରେ
ବଦଳାଇ ଦେଲୁ ତୋ ବାଟ,
ଶୂନ୍ୟ ଛକି ରେ ଛାଡ଼ିଦେଇ ।
କିନ୍ତୁ ଦୁଃଖ ନାହିଁ,
ଯେତିକି ଚାଲିଲି ବହୁତ ଭଲରେ
ଯେତିକି ପାଇଛି ଢେର
ସେଇ ସ୍ମୃତି କୁ ପାଥେୟ କରି
ଯାଇପାରିବି ଅନେକ ଦୂର
ବିଶ୍ୱାସ ତୋ ଠୁ ଶିଖିଛି
ହେଲେ ଖୁଵନିଃସଙ୍ଗ ଲାଗୁଛି !