ଅତୀତ
ଅତୀତ
ଜୀବନର କଣ୍ଟକିତ ଏଇ ଚଲାପଥେ
ଆଗକୁ ଚାଲିବାକୁ ଆଗ୍ରହ ନାହିଁ
ପଛକୁ ଫେରିବାର ଉପାୟ ନାହିଁ l
ଭବିଷ୍ୟତ ତ ଅଜ୍ଞାନ ଅନ୍ଧକାର
ବର୍ତ୍ତମାନ ଟା କ୍ଷତ ବିକ୍ଷତ l
ଯେବେ ଯେବେ
ଆଗକୁ ବଢ଼େ ପାଦ
ହାତ ମୁଠା ରୁ ଖସେ
ଅତ୍ମୀୟତା ର ହାତ l
ନୀରବ, ନିଶବ୍ଦ
ରଙ୍ଗହୀନ ଏଇ "ବର୍ତ୍ତମାନ" ରେ
ଝୁରି ହୁଏ ସମୟ ର ସ୍ରୋତ ରେ
ହଜିଲା "ଅତୀତ " l
ଅନ୍ତରଙ୍ଗ ପିଲାଦିନ
ଚପଳ ନିଷ୍ପାପ ମନ
ମିଠା ମିଠା ସ୍ୱପ୍ନ,
ଫୁଲଫୁଟା ମୁହୂର୍ତ୍ତ ମାନ,
"ମା" ର କୋଳ
ନିର୍ଭୟ ଆଶ୍ରୟ ସ୍ଥଳ l
ଜହ୍ନର ଶୀତଳ ବାସ୍ନା କୁ
ଭେଦି ପାରୁନଥିଲା
ତତଲା ଲୁହ ର ଉଷ୍ମତା l
ନା ଥିଲା ଦୁଃଖ ର ଛାଇ
ଖେଳୁଥିଲା ହସର ଫଲଗୁ ନଇ
ବନ୍ଧୁ ପରିଜନ ମେଳ,
ଲାଗେ କେତେ କୋଳାହଳ l
ବୁଝିନଥିଲି ଜୀବନ ର ଅର୍ଥ
ନଥିଲା ବଞ୍ଚିବାର ମୋହ
ତଥାପି ଭରପୁର ଜିଇଁଲି ଜୀବନ l
ଆଜି ସବୁ ଜାଣି ସବୁ ବୁଝି
ପାଉ ନାହିଁ ଖୋଜି ଖୋଜି
ସୁଖମୟ ମୁହୂର୍ତ୍ତ ମାନ..।।
