Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sasmita Das

Abstract

3.0  

Sasmita Das

Abstract

ଲୁହ

ଲୁହ

1 min
241


ଲୁହ !

ତୁ ଏକାନ୍ତ ଅନ୍ତରଙ୍ଗ ଜୀବନର

ଜନ୍ମ ଠାରୁ  ମୃତ୍ୟୁ  ଯାଏ

ରହିଥାଉ ସାଥେ ସାଥେ

କେବେ ଦୁଃଖରେ, କେବେ ସୁଖରେ ।

ପୁଣି କେବେ ଝରିପଡ଼ୁ,

ବିରହ ବେଦନାରେ

ପୁଣି ସମବେଦନାରେ l

ଲୁହ !

ଅନେକ ଭାବାବେଗ ତୋର

ଆଶୀର୍ବାଦର

 ଓ ଅଭଶାପର

ଆଉ ପୁଣି ଛଳନାର  l

ତୁ ସମ୍ପର୍କଟିଏ ଗଢୁ 

ପୁଣି ତୁଟାଉ ବନ୍ଧନ ।

ସଫଳ ରେ ତୁ

ବିଫଳ ରେ ବି ତୁ,

ସାଥିଟିଏ ତୁ ଚିର ସହଚର ।


Rate this content
Log in