STORYMIRROR

Sambit Srikumar

Tragedy Inspirational

4  

Sambit Srikumar

Tragedy Inspirational

ଦାଦନର ମାଆ

ଦାଦନର ମାଆ

2 mins
346


ସିଏ ବି ତ ମାଆଟିଏ

ପୁଅ ତା'ର ଯାଇଛି ଦାଦନ ଖଟି

ଦୂର ବିଦେଶକୁ

କେହି କେବେ ତାକୁ

ପଚାରି ବୁଝିଛି କି??

କେମିତି ରହିଛି ସିଏ

ଛାତିକୁ ପଥର କରି

ଦୂରେଇ ଦେଇ ଆପଣା

କୁଳ ନନ୍ଦନ ଅନ୍ଧର ଲଉଡ଼ି

ଏକୋଇରବଳା ବିଶିକେଶନକୁ??

ନିତି ସକାଳୁ ଆକାଶରେ

ସିନ୍ଦୂରା ଫିଟିବା ବେଳକୁ

ନିଦ ବାଉଳି ହୋଇ

ସେ ଡାକେ ତା ପୁଅକୁ

"ଧନରେ ଉଠ!

ଯିବୁ ତୁ କାମକୁ...

ମୂଲ ଖଟିଲେ ତ ମଜୁରୀ ମିଳିବ

ସେଥିରେ ଆମର କୁଟୁମ୍ବ ପୋଷା ହେବ

ଆଉ ଶୋଇ ରହିଲେ ଧନ କିସ ହେବ??"

ଖାଇବାକୁ ବସି ପଖାଳ କଂସା

ପାଖରେ ଲୁହ ଗଡ଼ାଏ

ପୁଅ ତା'ର ଖାଇଲାଣି କି ନାହିଁ

ବୋଲି ଜାଣିବାର ଉପାୟ ନାହିଁ

କାରଣ ପୁଅ ତା'ର ଯାଇଛି

ଦାଦନ ଖଟି ବହୁ ଦୂର!!

ଆଖିର ଲୁହରେ ଲବଣାକ୍ତ ହୁଏ

ପଖାଳ କଂସା ଲୁଣ ଆଉ

କଣ ପାଇଁ ଦରକାର?

ସହଜେ ଏମିତି ବି ତ

ତେଲଲୁଣର ଅଭାବୀ ସଂସାର

ତେଲ ଥିଲେ ଲୁଣ ନାହିଁ

ଲୁଣ ଥିଲେ ତେଲ ନାହିଁ

କାହାକୁ ମାଗିଯାଚି ବା

କେତେଦିନ ଚଳିବାର??

ସଞ୍ଜବେଳକୁ ଆଉ କାନ୍ଦେନି ମାଆ

ଚଉରା ମୂଳେ ସଞ୍ଜବତୀ ଜାଳି

ଭଗବାନଙ୍କ ପାଖରେ ପ୍ରାର୍ଥନା କରି

ଶୁଭ ମନାସୁଥାଏ ତା' ପୁଅର

"ଯେଉଁଠି ବି ଥାଆରେ

ବାବୁ ତୁ ଭଲରେ ଥାଆ

ମୋର କିଛି ଲୋଡ଼ା ନାହିଁ"!!

ଦିନ ତମାମ କଟିଯାଏ କାମଧନ୍ଦାରେ

ରାତି ହେଲେ ଦେହଟା ବିଛଣା ଧରିଲେ

ମନେ ପଡ଼େ ଅଣ୍ଟା ଦରଜ ଓଷଧଟା ନାହିଁ

ସରି ତ ଗଲାଣି ଅନେକଦିନରୁ

ପୁଅ ବିଦେଶରୁ ଫେରିଲେ

ଆଣିକି ଆସିବ ବୋଲି କହିକି

ଯାଇଛି ଯେ ଫେରିବାର ନାହିଁ!!

ପୁଅ ଯେ, ଯାଇଛି ଦାଦନ ଖଟି

ଆଉ ଫେରିବାର ନାଁ ଧରୁନାହିଁ

ଦିନେ ଅଧେ ଭଲମନ୍ଦ

ହାନିଲାଭ ବୁଝିବାର ନାହିଁ

ବୁଢ଼ୀ ମାଆ ତା'ର ସବୁ ଜାଣି ବି

ଆଖିରେ ଶୁଖୁଆ କଣ୍ଟା ଗେଞ୍ଜି

ତଥାପି ଚାହିଁ ରହିଛି ପୁଅର ଫେରିବା

ବାଟକୁ ଚାତକ ପରି ଦିନରାତି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy