STORYMIRROR

Debabrata Jena

Others Tragedy

3  

Debabrata Jena

Others Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
227


ସାରା ବିଶ୍ଵ ଯେବେ ପ୍ରେମର ଦିବସ

କାଲି ଚାଲିଥିଲା ପାଳି

ମରଣକୁ ବରି ଶତ୍ରୁର ଗୁଳାରେ

ତୁମେ ଖେଳୁଥିଲ ହୋଲି

ଆତଙ୍କବାଦୀର ତୋପ କମାଣରେ

ହସି ହସି ଗଲ ଚାଲି

ନୁଆଁଇ ନାହଁ ହେ ଏ ମାଟି ସୁପୁତ୍ର

ଘେନ ଆମ ଶ୍ରଦ୍ଧାଞ୍ଜଳି ।।

ଝଡ଼,ଝଞ୍ଜା ଆଉ ଦୁର୍ଗମ ପଥକୁ

କରି ଚିର ସହଚର

ମାଟି ମାଆ ମୁଖେ ହସ ଦେଖିବାକୁ

ହେଉଥିଲ ତତ୍ପର

ନୃଶଂସ, କୃତଘ୍ନ ଆତତାୟୀ ଡରି

କାହିଁ ଗଲ ତୁମ୍ଭେ ଚାଲି ?

ଶତ ପ୍ରଣିପାତ ଜଣାଏ ହେ ସୁତ

ଘେନ ଆମ ଶ୍ରଦ୍ଧାଞ୍ଜଳି ।।

ନୟନୁ ଝରୁଛି ବୁକୁଫଟା ଲୁହ

ଅବ୍ୟକ୍ତ ସେହି ବେଦନା

ଭାରତମାତା ବି ତୁମ୍ଭ ବିୟୋଗରେ

ପାଏ ଅକଥ୍ୟ ଯନ୍ତ୍ରଣା

ପୁଅ ଝିଅ ତୁମ୍ଭ ବେସାହାରା ଆଜି

ମାଆର ପଣତ ଖାଲି

ନମନ ତୁମକୁ ଏ ମାଟିର ବୀର

ଘେନ ଆମ ଶ୍ରଦ୍ଧାଞ୍ଜଳି ।।

ପତ୍ନୀର ସୁହାଗ ଉଜୁଡି ଯେ ଗଲା

ଘରେ ବି ଜଳୁନି ଚୁଲି

ପ୍ରତି ରକ୍ତବିନ୍ଦୁ ସମର୍ପିତ କରି

ତୁମ୍ଭେ ଗଲ ସିନା ଚାଲି

ପ୍ରତି ଭାରତୀୟ ତୁମ୍ଭ ବିୟୋଗରେ

ଦୁଃଖେ ହେଉଛନ୍ତି ଭାଳି

ସଲାମ କରୁଛୁ ସଭିଏଁ ତୁମ୍ଭଙ୍କୁ

ଘେନ ଆମ ଶ୍ରଦ୍ଧାଞ୍ଜଳି ।।

ଭାଙ୍ଗି ପଡିନାହୁଁ ତୁମ୍ଭେ ଗଲାପରେ

ହେ ଏ ମାଟି ଯୋଗ୍ୟ ସୁତ

କରିଛୁ ଶକତ ହୃଦୟ ଆମେରେ

ନ କରି ମସ୍ତକ ନତ

କରୁଛୁ ଶପଥ କରିବୁ ନିପାତ

ଆତଂକବାଦର ମୂଳି

ଅକ୍ଷୟ, ଅମର ଯବାନ ହେ ତୁମ୍ଭେ

ଘେନ ଆମ ଶ୍ରଦ୍ଧାଞ୍ଜଳି ।।

ଦେବବ୍ରତ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍