STORYMIRROR

Debabrata Jena

Fantasy

4  

Debabrata Jena

Fantasy

ପଦଚିହ୍ନ

ପଦଚିହ୍ନ

1 min
200

ସ୍ମୃତିର ସହରେ ଚୋରା ବାଲି ପରେ

ଦେଖେ ତମ ପଦଚିହ୍ନ

ତମ ଅତୀତର ପ୍ରତିଟି ଅସ୍ତିତ୍ୱେ

ବୁଣି ଚାଲେ କେତେ ସ୍ୱପ୍ନ ।।

ସମୟ ସାଥିରେ ତମ ସ୍ମୃତିରେଣୁ 

କାହିଁ ପୁଣି ଉଙ୍କି ମାରେ

କାଳର ସୁଅରେ ପୁଣି କେବେ କାହିଁ 

ଅପସରି ଯାଏ ଦୂରେ ।।

ବିଜନ ବେଳାରେ ତମ ସ୍ମୃତିରେଣୁ

ପଖାଳେ ନିତି ମୁଁ ବସି 

ଅୟୁତ ଆଶାର ଅସ୍ତିତ୍ୱକୁ ନେଇ 

ଚାଲେ ବି ଗଣିତ କଷି ।।

ପଦଚିହ୍ନ ତମ ଏବର ଜୁଆର

ଦେଇଛି ସିନା ଲିଭେଇ

ସବୁଦିନ ତାହା ହୃଦୟେ ସାଇତା 

ଯିବନି କେବେ ଉଭେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy