STORYMIRROR

Debabrata Jena

Tragedy

4  

Debabrata Jena

Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
439


କେତେ କେତେ ସ୍ବପ୍ନ ରଖିଦେଇ ବାକି

ହେଲୁ ଆକାଶର ଶଶୀ

ସ୍ମୃତିରେ ସ୍ମୃତିରେ ତୋ ଛବି ଆଙ୍କୁଛି

ନିତି ମୁଁ ନିର୍ଜନେ ବସି ।।

ତୋ ଗାଳି ,ଆକଟୁ ତୋ କାନି ପଣତୁ

କରି ଦେଇ ବେସାହାରା

କାହିଁକି କହଲୋ ଛାଡି ଚାଲିଗଲୁ

ଏହି ଦୁନିଆରୁ ପରା ?

ତୋର ଦୃଷ୍ଟି ବିନା ଏବେ ଦିଗହରା

ନାବିକଟିଏ ମୁଁ ସତେ

ସଂସାର ଜଂଜାଳେ ପ୍ରତି ମୁହୂର୍ତ୍ତରେ

ଦଗ୍ଧ ହୁଏ ନିତି କେତେ ।।

ତୋ ଜନମ ଦିନେ ଦେ ମା' ଆଶିଷ

ସରଗ ରାଇଜୁ ଥାଇ

ପ୍ରତି ଜନମରେ ଭୂମିଷ୍ଠ ହୁଅନ୍ତି

ତୋହରି କୋଳରେ ଯାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy