ପରିଚୟ
ପରିଚୟ


ବିସ୍ଫାରିତ ନୟନଯୁଗଳ ତା'
ବିସ୍ମିତ ହୋଇ ଦେଖୁଥିଲା
ନେପଥ୍ୟ କୋଳାହଳକୁ
ସମାଜର ଟାହି ଟାପରାକୁ
ଦେହଲୋଭୀ-ନରଭକ୍ଷୀ ମଣିଷ ସମାଜକୁ ।
ତା' ପାଖରେ କିନ୍ତୁ ନ ଥିଲା
ଏସବୁ ପ୍ରଶ୍ନବାଚୀର ଉତ୍ତର
ପ୍ରତୀକ୍ଷାରେ ଥିଲା ସେ
ରାତି ପରେ ରାତିଦିନ ପରେ ଦିନ
ମାସ ପରେ ମାସ ପରେବର୍ଷ ପରେ ବର୍ଷ
ଦଶନ୍ଧି ଦଶନ୍ଧି ଧରି
ଅନାବିଳ ଆକାଂକ୍ଷାରେ
ପିପାସିତ ହୋଇ ତା' ଅମୂର୍ତ୍ତ ପ୍ରେମକୁ ।
ସାମାଜିକ ସ୍ବୀକୃତି ବିନା
ସମୟର ଯଜ୍ଞବେଦୀରେ ପୂର୍ଣ୍ଣାହୁତି ଦେଇ
ପବିତ୍ର ପାପକୁ ପ୍ରସବ ଯନ୍ତ୍ରଣାର ଗର୍ଭଗୃହରୁ
ଭୂମିଷ୍ଠ କରାଇ ମାତୃତ୍ଵର ଯେଉଁ ଆନନ୍ଦ ତା'କୁ ବିଭୋର କରିଥିଲା ।
ସେହି ସନ୍ତକ ତାକୁ ବାର ବାର ଆକୁଳଆତୁର ହୋଇ
ତା' ହୃଦୟ ଗ୍ରନ୍ଥିରେ ସେହି ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଥିଲା
କିଏ ତା ବାପା ?