STORYMIRROR

Debabrata Jena

Abstract

3  

Debabrata Jena

Abstract

ବନ୍ଧୁ

ବନ୍ଧୁ

1 min
296

ନିଜେ ଦୁଃଖେ ଥାଇ         ସାଥୀକୁ ହସାଇ

        ସୁଖେ ଦୁଃଖେ ହୁଏ ଛିଡା

ନିଃସର୍ତ୍ତେ ଆସିଣ             ହୁଏ ବିଦ୍ୟମାନ

         ଏଭଳି ବନ୍ଧୁତ୍ୱ ଲୋଡ଼ା

ମିତ ବସେ ସେ ତ          ଭୁଲି ଦୁଃଖ କ୍ଳିଷ୍ଟ

             ଉପଦେଷ୍ଟା ସାଜି ଥାଏ

ଆଜନ୍ମମରଣ             ସେ ଦଣ୍ଡାୟମାନ

         ବନ୍ଧୁ   ହୃଦେ ପୂଜା ପାଏ

 କଲମ ଜଣକ      କାଳି ଯେ ଆରେକ

             ଦୁହେଁ ଯେ ପରିପୂରକ

ସଂସାର ହାଟରେ             ଜୀବନ ମଞ୍ଚରେ

           ସାଜେ ସେ ଦିଗଦର୍ଶକ

ଜଣେ ହେଲେ ବହି       ମଲାଟ ଆରେକ

          ଅବ୍ୟକ୍ତ ଅଟେ ବନ୍ଧନ

ଝଡ଼ ଝଞ୍ଜା ହେଲେ       ଦୁର୍ଦ୍ଦିନର ବେଳେ

            ବନ୍ଧୁତା ହିଁ ରଖେ ମାନ

ବନ୍ଧୁତ୍ୱ ବାବଦେ       ଲେଖିଦେଲି ପଦେ

        ବନ୍ଧୁତ୍ୱ ଦିବସେ ଅଦ୍ୟ

ସମଗ୍ର ବସୁଧା         ବନ୍ଧୁତ୍ୱରେ ବନ୍ଧା

        ରହୁଥାଉ ପରା ନିତ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract