STORYMIRROR

Debabrata Jena

Others

3  

Debabrata Jena

Others

ବର୍ଷା

ବର୍ଷା

1 min
304

ନିଦାଘର ଅନ୍ତେ     ତୁମେ ଯେ ଆସନ୍ତେ

    ତୁମ ଚୁମ୍ବନେ ଗୋ ବର୍ଷା

ସକଳ ଜୀବନେ      ପ୍ରତି ହୃଦ-ପ୍ରାଣେ

      ଭରିଲ ଅୟୁତ ଆଶା ।।(୧)


ଡହ ଡହ ତାତି       ମିଳିଲା ମୁକତି

      ସଭିଏଁ ହେଲେ ଆଶ୍ୱସ୍ତ

ତୁମ ଆଗମନେ      ସର୍ବେ ଆନନ୍ଦିତ

     ଭୁଲି ସବୁ ବ୍ୟଥା କଷ୍ଟ ।।(୨)


ତାପିତ ଧରିତ୍ରୀ      ପିଇଲା ତୃଷାର୍ତ୍ତେ

     ନୀର  ତୁମ ବୁକୁ ଧାରେ

ସବୁଜିମା ଭରା       ପୁଣ୍ୟ ବସୁନ୍ଧରା        

     ହସିବ ତୁମ ଛୁଆଁରେ ।।(୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍