STORYMIRROR

Debabrata Jena

Others

3  

Debabrata Jena

Others

ମାଆ

ମାଆ

1 min
269

 କରୁଣାର ନିର୍ଝରିଣୀ ତୁହି ମା ଗୋ

ସେନେହର ବାରିଧାରା 

ତ୍ୟାଗ ତୀତୀକ୍ଷାର ବାରିଧି ତୁହି ମା

ସ୍ମୃତି ତୋର ଅପାସୋରା ।।

 ସୁଧାର ଆଗାର ଅଟୁ ମା' ଯେ ତୁହି

 ପୀୟୂଷ ଭରା ତୋ ସ୍ୱର

 ଅନାବିଳ ପ୍ରୀତି ମନ୍ଦାକିନୀ ତୁ ଯେ

(ଯହିଁ)ସ୍ନେହ ଝରେ ନିରନ୍ତର ।।

ତୁ ଯେ ଶରଧାର ଯମୁନାର ଧାର

ସୁହାଗର ବୈତରଣୀ 

ତୋ ପଣତ ଅଟେ ସୁରକ୍ଷା କବଚ

ତ୍ୟାଗ ତୋ କଳି ହୁଏ ନି ।।

ଜୀବନ ମଞ୍ଚରେ ଭୂମିଷ୍ଠ କରାଇ

କରିଛୁ ଯେତିକି ପୁଣ୍ୟ

ଜନ୍ମ ଜନ୍ମ ତୋର ସେବା କରି ମଧ୍ୟ

ନ ପାରିବି ଶୁଝି  ଋଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍