STORYMIRROR

Debabrata Jena

Others

4  

Debabrata Jena

Others

ମୁଁ ଏକ ରିକ୍ସା ଵାଲା

ମୁଁ ଏକ ରିକ୍ସା ଵାଲା

1 min
339

ଏଇ ସହରର ପଥ ପ୍ରାନ୍ତ ଧାରେ

ସାଜିଛି ଦ୍ରଷ୍ଟା ମୁଁ ଏକ

କେତେ କାହାଣୀର ମୂକସାକ୍ଷୀ ମୁଁ ଯେ

ଅଟଇ ରିକ୍ସା ଚାଳକ ।।

ନିଦାଘ ଜାଡ଼କୁ କରିନି ଖାତିର

ବରଷା ମୋ ସହଚର

ଜୀବନଯାତ୍ରାରେ କାଳିଆ ଠାକୁର

ସହଯାତ୍ରୀ ଏକା ମାତ୍ର ।।

କି ଦୀନ କି ଧନୀ ଅବା ଅଭିମାନୀ

ସଭିଙ୍କୁ ଚାଲିଛି ବହି

ସଂସାର ଜଂଜାଳେ ଉଦର ଅନଳେ

ଚଳିଛି ତହିଁରେ ସହି ।।

ନିଅନ ଆଲୋକେ ବତୀ ଖୁଣ୍ଟ ଧାର

ସାଜିଛି ମୋର ଆଶ୍ରୟ

କେତେ ଆଶା ସ୍ୱପ୍ନ ଆଙ୍କି ମୁଁ ଚାଲିଛି

ରିକ୍ସା ହିଁ ଏକା ସହାୟ।।

କେତେ ମୁଁ ବହିଛି ମୋ ଭଙ୍ଗା ଯାନରେ

ଦେଖିନି ତୋ ଭଳି ମାଆ

ଛତା ଟେକି ଦେଇ ମନ କିଣି ନେଲୁ

ବରଷା ଝଡ଼ିରେ ଆହା ।।

ତୋ ଭଳି ମଣିଷ ଏ ଛଳ ଜଗତେ

ବଞ୍ଚି କି ଥାଉ ଲୋ ମାଆ

ଆଶୀର୍ବାଦ ତୋତେ ଦେଉଛି ରେ ମାଆ

କାଳିଆ ହୁଅନ୍ତୁ ସାହା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍