ଦିଅ ପ୍ରଭୁ ଦରଶନ
ଦିଅ ପ୍ରଭୁ ଦରଶନ
1 min
289
ଭକ୍ତ ଭାବଗ୍ରାହୀ ନୀଳାଚଳ ବାସୀ
ଆହେ ପ୍ରଭୁ ଜଗନ୍ନାଥ
ଭକତ ଜନଙ୍କୁ ଦେଖା ଦେବା ପାଇଁ
ଭିଆଇଛ ରଥଯାତ ।।
ଭାବର ଠାକୁର ଭକ୍ତ ଭାବେ ବନ୍ଧା
ଶ୍ରୀମନ୍ଦିରୁ ବାହାରିବ
ବିଜେ କରି ଆଜି ଶରଧା ବାଲିରେ
ଶ୍ରଦ୍ଧାଳୁଙ୍କୁ ଦେଖାଦେବ ।।
ହାତ ନ ଥାଇ ବି ତୁମେ ମହାବାହୁ
କରୁଛ ପୂରଣ ସବୁ
ହାତ ଥାଇ ମୁହିଁ ମାଗି ପାରୁନାହିଁ
ତୁମ ଠାରୁ କିଛି ପ୍ରଭୁ ।।
ତୁମ ଘୋଷଯାତ୍ରା ଦେଖିବା ପାଇଁ କି
ବ୍ୟାକୁଳ ହୁଅଇ ମନ
ତୁମ ବିଗ୍ରହକୁ ଦରଶନ କରି
କରନ୍ତି ଜୀବନ ଧନ୍ୟ ।।
ମାଗୁନାହିଁ ପ୍ରଭୁ ଷାଠିଏ ପଉଟି
ମାଗୁନି ଧନ ସମ୍ପତ୍ତି
ତୁମ୍ଭ ଦରଶନେ ଏ ଭଵ ସାଗରୁ
ପାଆନ୍ତି କି ମୁହିଁ ମୁକ୍ତି ।।
