STORYMIRROR

Debabrata Jena

Others

3  

Debabrata Jena

Others

ଦିଅ ପ୍ରଭୁ ଦରଶନ

ଦିଅ ପ୍ରଭୁ ଦରଶନ

1 min
304

ଭକ୍ତ ଭାବଗ୍ରାହୀ ନୀଳାଚଳ ବାସୀ

ଆହେ ପ୍ରଭୁ ଜଗନ୍ନାଥ

ଭକତ ଜନଙ୍କୁ ଦେଖା ଦେବା ପାଇଁ

ଭିଆଇଛ ରଥଯାତ ।।

ଭାବର ଠାକୁର ଭକ୍ତ ଭାବେ ବନ୍ଧା

ଶ୍ରୀମନ୍ଦିରୁ ବାହାରିବ

ବିଜେ କରି ଆଜି ଶରଧା ବାଲିରେ

ଶ୍ରଦ୍ଧାଳୁଙ୍କୁ ଦେଖାଦେବ ।।

ହାତ ନ ଥାଇ ବି ତୁମେ ମହାବାହୁ

କରୁଛ ପୂରଣ ସବୁ

ହାତ ଥାଇ ମୁହିଁ ମାଗି ପାରୁନାହିଁ

ତୁମ ଠାରୁ କିଛି ପ୍ରଭୁ ।।

ତୁମ ଘୋଷଯାତ୍ରା ଦେଖିବା ପାଇଁ କି

ବ୍ୟାକୁଳ ହୁଅଇ ମନ

ତୁମ ବିଗ୍ରହକୁ ଦରଶନ କରି

କରନ୍ତି ଜୀବନ ଧନ୍ୟ ।।

ମାଗୁନାହିଁ ପ୍ରଭୁ ଷାଠିଏ ପଉଟି

ମାଗୁନି ଧନ ସମ୍ପତ୍ତି

ତୁମ୍ଭ ଦରଶନେ ଏ ଭଵ ସାଗରୁ

ପାଆନ୍ତି କି ମୁହିଁ ମୁକ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍