STORYMIRROR

Debabrata Mishra

Abstract Tragedy

3  

Debabrata Mishra

Abstract Tragedy

ଜହ୍ନର ଲୁହ

ଜହ୍ନର ଲୁହ

1 min
193


ସେ ଯେତିକି ହସେ

ତା'ଠାରୁ ବହୁତ ଅଧିକ କାନ୍ଦୁଥାଏ

ସେ ଯେତିକି ରୁଷେ

ତା'ଠାରୁ ଢେର ଅଧିକ ମନାଉଥାଏ,

ତା' ମନରେ ବି ଅଛି କୋହ

ତାକୁ ମଧ୍ଯ ବନ୍ଦିକରେ

ବେଳେବେଳେ ପ୍ରକୃତିର ମୋହ

ସେ ଗୁପ୍ତ ରଖିପାରେ ତା'ର

ଗୁମସୁମ୍ ଶୁଖିଲା ମୁହଁ, 


ଆନନ୍ଦର ଉଜ୍ଜ୍ବଳ ମୁଖରେ 

ସାରା ଜଗତକୁ ଆଲୋକର ସୁଖ ଦେଇ

ଶୀତଳତାର ପରଶ ଦେଇ

କୋଟିକୋଟି ଶିଶୁଙ୍କ ମାମୁଁ ରୂପରେ

ଅସଂଖ୍ଯ ପ୍ରେମୀଙ୍କ ପ୍ରେମ ହୋଇ

ହସ ଦେବାପାଇଁ ହସୁଥାଏ

ରଜନୀରେ ଆକାଶରେ ଦିଶୁଥାଏ,


ସଂସାରର କୋଟିମନ ପାଏ ଆନନ୍ଦ

ପ୍ରତିଜନ ଓଠେ ଫୁଟେ ହର୍ଷର ପୁଷ୍ପ

ଜଗତର ଆନନ୍ଦ ପାଇଁ

ଭୁଲିଯାଏ ସେ ତା'ର ଶରୀରର ଦରଜ

ତୁଚ୍ଛ କରିଦିଏ ଯେତେସବୁ ଜରଜ

ଲୁଚାଇପାରେ ସେ ଖଣ୍ଡିଆଖାବରା ଦେହ

ସମସ୍ତେ କିନ୍ତୁ ଭୁଲିଯାଆନ୍ତି 

ତା'ର ଶରୀରରେ ଅଛି ଗୋଟେ କୋମଳ ହୃଦୟ 

ତା'ର ନୟନରୁ ମଧ୍ଯ ଝରୁଥାଏ ଲୁହ, 


ଜହ୍ନ ଏକ ଚିରନ୍ତନ ପ୍ରେମ

କେବେ ଦେବୀ କେବେ ମା' ର କୋଳ

ନିମିଷକେ ବଦଳାଏ

ମନର ଅଶୁଭ ଯନ୍ତ୍ରଣାଦାୟକ ବେଳ, 

କେବେ ଜହ୍ନରେ ଦିଶନ୍ତି ଶ୍ରୀଜଗନ୍ନାଥ

ଆଉ କେବେ ପ୍ରେମମୟୀ ଶ୍ରୀରାଧା

ଶୀତଳ କିରଣରେ ଭାଙ୍ଗିଦିଏ

ଜନ ଜୀବନେ ରୌଦ୍ରତାପର ଯେତେ ବିଘ୍ନବାଧା, 


ଜହ୍ନ ଆଜୀବନ ଶ୍ରେଷ୍ଠ ପ୍ରେମିକ

କାହାପାଇଁ ଅନୁପମ ସ୍ନେହୀ ପ୍ରେମିକା

ସୁନ୍ଦର ଶବ୍ଦ ଯାହାପାଇଁ ସର୍ଜିତ

ଜହ୍ନ ବି ଦେଖାଏ କେବେକେବେ କାନ୍ଦ

ମଣିଷ ଦେଖିପାରେନି ତା' ଲୁହ

ଜହ୍ନ ଅସରନ୍ତି, ଅତୁଳନୀୟ, ଅକ୍ଷୟ 

ଜାଣିରଖ ସୁଧୀଜନେ ଜହ୍ନ ବି କାନ୍ଦେ

ତା'ର ବି ବହେ ବୁନ୍ଦାବୁନ୍ଦା ଲୁହ। 



Rate this content
Log in

Similar oriya poem from Abstract