ବସ୍ତୁବାଦୀ ମଣିଷ
ବସ୍ତୁବାଦୀ ମଣିଷ
#କବିତା_ଯାହା_କହିହୁଏନି
#ବସ୍ତୁବାଦୀ_ମଣିଷ
.....................
ମୂଲ୍ୟହୀନ ଏଠି ଭାବବିହ୍ୱଳତା,
ମୂଲ୍ୟହୀନ ଏଠି ଉଦାରପଣର ବାସ
ଏ ଦୁନିଆ ଏବେ ବସ୍ତୁବାଦରେ ବ୍ୟସ୍ତ
ସ୍ୱାର୍ଥର ସୁରକ୍ଷା ପାଇଁ କ୍ଷଣକ୍ଷଣ ମଣିଷ ନ୍ୟସ୍ତ,
ମନ ଶସ୍ତା ହୃଦୟ ଶସ୍ତା
ବିବେକ ତ ମରେ ବାରବାର
ବିବେକ କାନ୍ଦେ ଅହରହ ଏଠି ଦେଖ
ହୃଦୟ ତ ତରଳୁଥାଏ ନିଇତି
ନିଜେ ମହମ ହୋଇ ଗଣୁଥାଏ ରାତି
ସବୁ ଶୂନ୍ୟ ସବୁ ମ୍ଳାନ ପଡ଼ିଯାଏ
ଚତୁରତାର ଏ ସମାଜର ସମୟ
ଏଠି ଠକିପାରିଲେ ସାହସୀ
ଠକି ହେଲେ ନିର୍ଦ୍ଦୋଷ ନୁହେଁ ବୋକା,
ଗୋଟେ ପଟେ ଛଳନା ଓ କପଟ
ଅନ୍ୟ ପଟେ ଭିତରେ ଭିତରେ ମନଟା
ଗୁମୁରି କାନ୍ଦୁଥାଏ ହେଉଥାଏ ଛଟପଟ
ଏଠି ବୁଝାଇବା ଲୋକ ଅନେକ
ବୁଝିବା ଲୋକ ନିରୁଦ୍ଧିଷ୍ଟ ବୋଧହୁଏ,
ଏ ସମୟ ବସ୍ତୁର ଏ ସମୟ ଶରୀରର
ଏଠି ମନ, ହୃଦୟ ବିବେକ ଓ ଆତ୍ମାର ସ୍ଥାନ ନାହିଁ।
©® ଦେବବ୍ରତ ମିଶ୍ର
ତା ୧୨.୦୬.୨୦୨୫
......................
