STORYMIRROR

Prafulla Chandra Mishra

Tragedy Others

3  

Prafulla Chandra Mishra

Tragedy Others

ଶୀତ ସିକ୍ତ ମେଦିନୀ

ଶୀତ ସିକ୍ତ ମେଦିନୀ

1 min
166


ହାଡ ଭଙ୍ଗା ଜାଡ ଥୁରୁ ଥରୁ ଥୋଡ ସତେକି ବରଫ ଝଡ଼

ବରଷେ ବରଫ ଧରଣୀ ବୁକୁରେ ଭାଙ୍ଗି ବରଫ ପାହାଡ଼ ।।


ଅବନୀ ରାଣୀର ସବୁଜ ପଣତ ଶିଶିରେ ଧବଳ ବର୍ଣ୍ଣା

ପଡ଼ି ରବିକର ସତେକି ରଜତ ଚାରୁ କୁଟିକମ ସମା ।।


ଦିଶଇ ସୁନ୍ଦର ସତେକି ଭୂଧର ଅମର ପୁର ସମାନ

ବିଚିତ୍ର ଚିତ୍ର ରେ ସୁସଜ୍ଜିତ ହୋଇ ଶୀତ ର ଏ ଆଗମନ ।।


ପ୍ରବଳୁ ପ୍ରବଳ ଶୀତ କି ଚଞ୍ଚଳ ବରଫ ଅଞ୍ଚଳ ଝାଡି

କୁହୁଡି ପଣତେ ଘୋଡାଇ ଦେଇକି ଶୀତ ଆସୁଅଛି ମାଡି ।।


ଖଳାରେ ପାହାନ୍ତି ବେଳାରେ ବେଙ୍ଗୁଳା ଧାନ କଳେଇରେ ଶୀତ

ପଲ୍ଲୀ ରୁ ସହର ପାହାଡ଼ ଡଙ୍ଗରେ ଶୀତ କରୁଛି ରାଜତ୍ଵ ।।


ଫିକା ଫିକା ଚାନ୍ଦ ରୂପେଲି ଜୋଛନା ଶୀକର ସିକ୍ତ ଏ ରାତି

ପ୍ରିୟା ବାହୁବନ୍ଧେ ଶୀତ ମିତ ବସେ ଦୁଲୁକି ଉଠଇ ଛାତି ।।


ଶୀତ ମନ୍ଦ ମନ୍ଦ ଗତିକରି ଚାଲେ ସତେକି ଗୁଣ୍ଠୁଣୀ ହାତୀ

ରାତି ସରୁ ନାହିଁ ବହଳ ଶିତୁଆ ଅନ୍ଧାର ଉଠିଛି ମାତି ।।


ଏ ବେଳରେ ଶ୍ଵାନ ଜନମ ଦେଲେଣି ମେଞ୍ଚା ମେଞ୍ଚା କୁନିଛୁଆ

ଶୀତରେ ଆତୁରେ କେଁ କାଁ ରଡି ସତେକି ବିକଳ ଆହା ।।


ଗରୀବ କୁଟିରେ କୁଙ୍କୁରି କାଙ୍କୋରି ନିଆଁ ଉହ୍ମେଇ ତା ସାହା

ଶୀତକାଳ ଯମ ସମ ଅବା ତାରେ କରେ ଉପହାସ ଆହା ।।


ଏମନ୍ତ ଏ ଶୀତ ମହୀକରେ ସିକ୍ତ ପ୍ରଫୁଲ୍ଲ ଉଚ୍ଛନ୍ନ ମନ

ଏ ଶୀତ ଦାଉରୁ ରକ୍ଷା କର ଆହେ ପଦ୍ମନାଭ ନାରାୟଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy