Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Romance Tragedy

3  

Kalpana Kumari Pradhan

Romance Tragedy

ପୂର୍ଣ୍ଣମୀ ଚାନ୍ଦ

ପୂର୍ଣ୍ଣମୀ ଚାନ୍ଦ

1 min
155


କୁମାରୀ ମନରେ ଅସୁମାରୀ ସ୍ୱପ୍ନ

 ପ୍ରେମ ର ରାଗିଣୀ ତୋଳେ

ମନର ମଣିଷ ପାସେ ଯିବା ପାଇଁ

 ପଥ ଖୋଜୁ ଥାଏ ହେଳେ l


ସଞ୍ଜ ନଇଁ ଗଲେ ଗୋଧୂଳି ଲଗ୍ନରେ

 ପାଦ ଟାଣି ନିଏ ଦୂରେ

କାଶତଣ୍ଡୀ ମେଳେ ନଇପଠା ଶୋହେ

 ପ୍ରଣୟର ରଙ୍ଗ ଧରେ l


ଅନ୍ତରଙ୍ଗ ସେଇ ମଧୁ ବେଳାରେ 

  ସୁଶୀତଳ କିରଣ ଚାନ୍ଦ ଢାଳି

ହସେ ଖିଲି ଖିଲି ପ୍ରୀତି ସୁଗନ୍ଧେ

  ଶୁଭ୍ର ଓଢଣୀ ତା ତୋଳି l


ମଉନେ ଆଜି ମୁଁ କରୁଛି ରୋଦନ 

 ପାଦଚି଼ହ୍ନ କିଆଁ ପାଉନି ଖୋଜି

ସଜ ସଜ ଲାଜ ଓଠେ ହସ

 ସବୁ ତ ଯାଇଛି ହଜି l


ଗଗନେ ଚମକେ ପୂର୍ଣ୍ଣିମୀର ଚାନ୍ଦ

 ମୋ ଚାନ୍ଦ ଯାଇଛି ରୁଷି

 କଳା ମେଘେ ତା ତନୁକୁ ଢାଙ୍କି

 ଲୁହ ଢାଳୁଛି କି ବସି!

  

  

  

   



Rate this content
Log in

Similar oriya poem from Romance