STORYMIRROR

Kalpana Kumari Pradhan

Classics Inspirational

4  

Kalpana Kumari Pradhan

Classics Inspirational

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
2


ବୈଶାଖ ମାସର ଶୁକ୍ଳ ତୃତୀୟା ଯେ 
          ଅତ୍ୟନ୍ତ ଶୁଭ ଲଗନ 
କ୍ଷୟ ନାହିଁ ଯାର ଅକ୍ଷୟ ତୃତୀୟା 
        ଜପ, ତପ, ପୁଣ୍ୟ, ଦାନ l
ଅତି ଆନନ୍ଦ ରେ କୃଷକ ଭାଇ କରେ 
      ଅକ୍ଷୀ ମୁଠା ଅନୁକୂଳ 
ଧୂପ ଦୀପ ଗନ୍ଧେ ହୁଳହୁଳି ନାଦେ 
         ନବ ଆରମ୍ଭ ଚହଳ l
ଏଦିନ ମହିମା କେ ବର୍ଣ୍ଣି ପାରିବ 
       ଅନାଦି ଅସୀମ ଏହି 
ପ୍ରଭୁ ପର୍ଶୁରାମ ଷଷ୍ଠ ଅବତାର 
          ଅବତରି ଥିଲେ ମହୀ l
ପରମ ପ୍ଲାବିନୀ ସୁଧା ମନ୍ଦାକିନୀ
      ଧରା ଅବତରଣ କଲେ 
ପାପ ତାପ ନାଶି ସଂସାର ବକ୍ଷରେ 
         ଶାନ୍ତି ତୃପ୍ତି ବିତରିଲେ l
ଜଗତ ଜୀବନ ସେ ଚକା ନୟନ 
        ଆରମ୍ଭି ଚନ୍ଦନ ଯାତ 
ମାତା କମଳିନୀ ଦେବୀ ପଡି ଦାତ୍ରୀ 
         ସାଗର ମନ୍ଥନୁ ଜାତ l
ଘୋଷ ଯାତ୍ରା ପାଇଁ ଆଜିର ତିଥିରେ
         ରଥ କାର୍ଯ୍ୟ ଆରମ୍ଭନ୍ତି
ସୁଖ ସମୃଦ୍ଧି ର ଅପୂର୍ବ ମୁହୂର୍ତ୍ତ 
        କୃପା ରାଶି ଢାଳି ଦ୍ୟନ୍ତି l


Rate this content
Log in

Similar oriya poem from Classics