STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଚାଷୀକୁଳ

ଚାଷୀକୁଳ

2 mins
397


କୃଷକ ହିଁ ଆମ ଅନ୍ନଦାତା,କୃଷି ପ୍ରମୁଖ ସମ୍ବଳ 

କୃଷି ହିଁ ଆମ ପ୍ରଧାନ ଜୀବିକା,କୃଷି କୃଷକର ବଳ


ମାଟି କୁ ମା ମାନ୍ୟତା ଦେଇ ମଥାରେ ମାଟି ତିଳକ

ଦିନ ରାତି ଖଟି କ୍ଷେତରେ ଫସଲ ଫଳାଏ କୃଷକ

ଖରା ବର୍ଷା ଶୀତ କାକରରେ ଚାଷ କାମ କରିଥାଏ

ମାଟିରେ ନିଜକୁ ମିଶାଇ ହସି ହସି ଲାଗି ରହିଥାଏ


ଅଧା ଦେହ କୁ ଘୋଡାଇ ମୁଣ୍ଡରେ ଭିଡ଼ି ପାଗ

ଯାହା ହେଲେ ଖାଇ ଚାଷ କାମ କରେ ଆଗ

ଯୋଗାଡ କରେ ବର୍ଷକର ଦାନା ପରିବାର ପାଇଁ

ଅବଶିଷ୍ଟ ଶସ୍ୟ ବିକ୍ରୟ କରେ ଦେଶର ହିତ ପାଇଁ।


ସମସ୍ୟା ଭିତରେ ବୁଡ଼ି ରହିଅଛି କୃଷକ ଜୀବନ

କେବେ ବୁଡ଼ି-ମରୁଡି ଦାଉ ରେ ଅତିଷ୍ଠ ହୁଏ ଜୀବନ

ଫସଲ ନ ହେଲେ କୃଷକ ମନରେ ଦୁଃଖ ଓ ଚିନ୍ତା

ଜୀବନ ହାରୁଛି କେହି,କରି ଋଣ ଭାର କଥା ଚିନ୍ତା 


ବର୍ଷା ଭରଷା ରେ ଚାଷ କାମ ହେଉଅଛି

ଗୋଟିଏ ଫସଲ ପରେ ପାଣି ଅଭାବ ହେଉଛି

ଧାନ ଗହମ ଚାଷ ପରେ ହୁଏ ବି ପରିବା ଚାଷ

ଅକାଳ ବରଷା , କାଳ ବୈଶାଖୀ କରେ ସର୍ବନାଶ

ଜଳ ସେଚନ ର ସୁବିଧା ଯେଉଁଠି ହୁଏ ଭଲ ଅମଳ

ପାଣି ର ସୁବିଧା ଥିଲେ ହିଁ କୃଷକ ମନରେ ବଳ।


ହଳ ବଳଦ ର ବ୍ୟବହାର ଆଉ ପୂର୍ବ ପରି ନାହିଁ

ନୂଆ କୃଷି ଉପକରଣ ପ୍ରାୟ ଆଜିକାଲି ଚାଷ ପାଇଁ

ବ୍ୟାଙ୍କ୍ ଅବା ସାହୁକାର ଠାରୁ ଋଣ କରି କିଣୁ ଅଛି

ଫସଲ ନ ହେଲେ ଋଣ ଭାର ବଢ଼ି ବଢ଼ି ଚାଲିଛି।

ବିଭିନ୍ନ ଯୋଜନା ଚାଲୁ ଅଛି କୃଷି ର ଉନ୍ନତି ପାଇଁ

ସଚେତନତା ଅଭାବୁ କୃଷକ ଫଳ କିଛି ପାଉନାହିଁ


ଚାଷ ପାଇଁ ଜଳ ସେଚନ ବ୍ୟବସ୍ଥା ନିହାତି ଜରୁରୀ

କୃଷି କୁ ବି ଶିଳ୍ପ ପରି ମାନ୍ୟତା ମିଳିବା ଦରକାରୀ

କୃଷି ଜାତ ଦ୍ରବ୍ୟ ପ୍ରକ୍ରିୟା କରଣ ପୁଣି ବିପଣନ

ବ୍ୟାପକ ସହିତ ପ୍ରସାରିତ ହେଉ କୃଷି ମାର୍ଗଦର୍ଶନ

ନୂତନ ଜ୍ଞାନ କୌଶଳର ସୁତ୍ର ପ୍ରଶିକ୍ଷିତ କରାଯାଉ

ଆତ୍ମନିର୍ଭରଶୀଳ ମନ୍ତ୍ର ଓ ପ୍ରୋତ୍ସାହିତ କାମ ହେଉ


ହେ ଚାଷୀକୁଳ,ଜାଗ୍ରତ ଓ ସଚେତନ ହୁଅ

ନିଜର ଓ ଫସଲର ବୀମା ନିହାତି କରାଅ

କୃଷି ଆଇନ ଓ ସୁବିଧା ସହିତ ହୁଅ ସମ୍ପୂର୍ଣ୍ଣ ଜଡ଼ିତ

ସମସ୍ୟା ର ସମାଧାନ ହେବନି,ନିଜେ ହେଲେ ମୃତ

ତୁମେ ବଞ୍ଚିଲେ ତୁମ ପରିବାର ବି ସାହାସ ପାଇବ

ଏ ଦେଶର ବାସିନ୍ଦା ପେଟ ପାଇଁ ଦାନ ବି ପାଇବ


ହେ କୃଷକ,ତୁମେ ହିଁ ଏ ଦେଶର ମେରୁଦଣ୍ଡ

ଦେଶର ପ୍ରଗତିରେ ତୁମର ଅବଦାନ ପ୍ରଚଣ୍ଡ

କୃଷିପ୍ରଧାନ ଦେଶ ଭାରତ ର ତୁମେ ଅନ୍ନଦାତା

ସେଇ ଅନ୍ନଦାତା ହିଁ ଆମ ଭାଗ୍ୟ ବିଧାତା।


Rate this content
Log in

Similar oriya poem from Abstract