ପଖାଳ
ପଖାଳ
ଓଡିଆ ପଣର ମହକ ଯେଉଁଠି
ପଖାଳ କଂସାର ଆଦର ସେଇଠି l
ରବିର ତେଜେ ତପତ ଧରା
ପଖାଳ ବାଢିଦିଏ ଶୀତଳ ପସରା l
ଗାଁ ଗହଳି ଠାରୁ ଯେ ସହର
ପଖାଳ ହେଉଛି ଏକତା ସ୍ୱର l
କିଧନୀ ଗରିବ ପ୍ରିୟ ସଭିଙ୍କର
ପଖାଳ ଶିଖାଏ ବାର୍ତ୍ତା ସମାନତାର l
ଶାଗଭଜା, ବଢ଼ିଚୁରା, ଲଙ୍କା ଲୁଣ ସାଥେ
ଦହିପଖାଳ ଅମୃତ ସ୍ୱାଦ ଜୀବନ ପଥେ l
ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଜଗନ୍ନାଥ
ସରାଗେ ଭୁଞ୍ଜେ ପଖାଳ ଭାତ l
ମାଟିର ସୁଗନ୍ଧେ ଭରା ଓଡ଼ିଆଙ୍କ କଥା
ସୁନ୍ଦର ସଂସ୍କୃତି ପରମ୍ପରା ଅମର ଗାଥା l
