STORYMIRROR

Kalpana Kumari Pradhan

Inspirational

4  

Kalpana Kumari Pradhan

Inspirational

ବୋହୂ

ବୋହୂ

1 min
8


ଝିଅ ଟିଏ ଯେବେ ସାଜିଥାଏ ବଧୂ
  ନୂତନ ଯାତ୍ରା ର ହୁଏ ଅୟଂ ଆରମ୍ଭ
ଗୋଟିଏ କ୍ଷଣ ରେ ପରିବର୍ତ୍ତିତ ପରିଚୟ
     ରୋଦନ କରେ ହଜାଇ ତାହାର ଦମ୍ଭ l

ଯେଉଁଘରେ ସିଏ ଜନ୍ମ ରୁ ହୋଇଛି ବଡ଼
      ସେଇ ଘରେ ଆଜି ସେ ପର
ନୂତନ ବନ୍ଧନ ନୂତନ ଜୀବନେ ବଢାଏ
    ପ୍ରଥମ ପାଦ ନୂତନ ଯାତ୍ରା ର l

ପ୍ରଥମେ ଭୋଜନେ ପାଇଁ ଯିଏ ଦିନେ
   ଘରେ ଲଗାଉ ଥିଲା ତ ଅଳି
ସଭିଙ୍କୁ ପରସି ଭଳି ଭଳି ବ୍ୟଞ୍ଜନ
    ଶେଷେ ପରସେ ନିଜ ପାଇଁ ଥାଳି l

ଅଳ୍ପ କଷଣ ଲଭିଲେ ତନୁ ଦିନେ 
  ସଭିଏଁ   ହେଉଥିଲେ ଭୟେ ଉଛନ
ଆଜି ସେ ସାଜିଛି ସତେକି ବସୁଧା
    ସବୁ ସହି ହସାଏ ସଭିଙ୍କ ଜୀବନ l

ହୃଦେ ବହି ବହୁ ବେଦନାର ଭାର
      କରୁଛି, କରୁଥିବ କର୍ମ ହସି ଅବିରତ
ଓଠ ଖୋଲି କହେନା ସେ କିଛି
     ପାଷାଣ ସଦୃଶ ହେବାକୁ ତା' ଶକତ l

ଅଗୋଚରେ ଢାଳିଦିଏ ଲୁହ ଦୁଇ ଧାର
    ଚାହେଁ ଟିକେ ସ୍ନେହ ଆଉ ପ୍ରେମ
ପଦେ ମିଠା କଥା ଟିକିଏ ଆଶ୍ୱାସନା
    ଲାଳାୟିତ ନୁହେଁ ଅର୍ଜିବାକୁ ଯେ ସୁନାମ l

ଅଲିଅଳି ରାଜକନ୍ୟା ହେଲା କୂଳ ବଧୂ
   ବେଡି ପଡିଗଲା ପାଦେ,ଆଜି ତାର
ସଂସାର ଜଂଜାଳ କଣ ବୁଝୁ ବୁଝୁ
    ସାଜିଗଲା ମୂକ କେବେ ପୁଣି ବଧିର l

କେହି ବୁଝିଲେନି ତାର ତ୍ୟାଗ ମହତ୍ୱ
   ଟାହି ଟାପରାରେ ହୁଏ ସେ ଜର୍ଜରିତ 
ବୁଝିବାକୁ ଚାହେଁନି କେବେ କାହା କଟୋକ୍ତି
   ନୀରବେ ନିଜ କର୍ମେ ହୋଇଥାଏ ରତ l

ମଥା ପରେ କର୍ତ୍ତବ୍ୟର ଓଢଣୀ ଟାଣି
    ସ୍ୱାମୀ ଅନୁଗାମିନୀ ସେ  କୁଳବଧୂ
ନିଜର ଛୋଟ ଛୋଟ ଇଚ୍ଛା ଆକାଂକ୍ଷା
   ଜଳାଞ୍ଜଳି ଦେଇ ଚାହେଁ ସଂସାର ହସୁଥାଉ l



      
    


      
   


Rate this content
Log in

Similar oriya poem from Inspirational