ବିଛେଦ ର ଦୁଃଖ
ବିଛେଦ ର ଦୁଃଖ
ମନ କରିଥିଲା ଦିନେ ପଣ ହେବନାହିଁ ଆନମନା
ଯାଦୁକରୀ ନୟନର ଆକର୍ଷଣେ ସେ ହେଲା ବାଟବଣା l
ମନ ଉପବନେ ଗୁଞ୍ଜରିତ ଅଦିନେ କୋଇଲିର କୁହୁତାନ
ମଳୟର ବାଆ ବହଇ ଶିହରାଇ ତନୁ ମନ l
ପ୍ରେମର ପୂରବି ବହୁଥିଲା ସତେ ବସନ୍ତ ରାଗେ
ଉତ୍ତପ୍ତ ପରାଣ ତୃପ ସ୍ନିଗ୍ଧ ଶୀତଳ ଅନୁରାଗେ l
କଳ୍ପନାର ନୀଡ ଭାଙ୍ଗିଲା ଭିଜଲା ଆଖି ଦୁଇ
ବିଛେଦର ଘନ ମେଘ ମନ ଆକାଶ ଘୋଟଇ l
ପ୍ରତି ମୁହୂର୍ତ୍ତ ରେ ଅନ୍ତର୍ଦାହ କରେ ଅଥୟ
ହଜିଗଲା କାହିଁ ଜୀବନ ସଙ୍ଗୀତର ସୁର ଲୟ l
କାହା ହୃଦ ବନ୍ଦୀଶାଳେ କରିଛି ନିଜକୁ ରୁଦ୍ଧ
ନୟନେ ବହିଛି ସଦା ବିଛେଦ ର ଦୁଃଖ l
ଶବ୍ଦ ରେ ସିନା ହୁଏ ନାହିଁ ସିଏ ବ୍ୟକ୍ତ
ଦେଖି ଥାଏ ସ୍ବପ୍ନ ହେବି ଦିନେ ମୁକ୍ତ l
