STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ବନ୍ଧୁତା

ବନ୍ଧୁତା

1 min
458


ଏପରି ବନ୍ଧୁତା କଳଙ୍କିତ କରେ

  ଛଳନାଟି ବନ୍ଧୁ ପାଇଁ,

ବନ୍ଧୁର ଉନ୍ନତି ସହି ପାରେ ନାହିଁ

  ଶତ୍ରୁତା ହିଁ ତାହା ପାଇଁ।


ବନ୍ଧୁତାର ଶବ୍ଦ କଳଙ୍କିତ ହୁଏ

  ଏପରି ବନ୍ଧୁର ପାଇଁ,

ମାୟାଜାଲ ତାର ବୁଝି ଦୁଏ ନାହିଁ

  ଶତ୍ରୁତା ହିଁ ତାର ପାଇଁ।


ମଧୁର ବଚନ ମୁଖେ କହୁଥାଏ

  ଅନ୍ତରେ ଶତ୍ରୁତା ଭାବ,

ଏପରି ବନ୍ଧୁର ଭଲ ହୁଏ ନାହିଁ

  ପର ହିଂସା ଶତ୍ରୁ ଭାବ।


ଭାଗ୍ୟେ ଯାହା ଅଛି ଘଟିବ ଅବଶ୍ୟ

  ଶତ୍ରୁ ବନ୍ଧୁ ଚିହ୍ନାଚିହ୍ନି,

କରେ ହତାଦର ପବିତ୍ର ବନ୍ଧୁତା

  ଏପରି ବନ୍ଧୁକୁ ଚିହ୍ନି।


ଏପରି ଶତ୍ରୁତା ବନ୍ଧୁ ବନ୍ଧୁ ମଧ୍ୟେ

  ଅତି ଦୁଃଖଦାୟୀ ହୁଏ,

ଏପରି ଛଳନା ବନ୍ଧୁର ହୃଦରେ

  ଜୀବନରେ ଗୁଞ୍ଜୁ ଥାଏ।


ଜୀବନ ଯାତ୍ରାଟି ଅତି ହିଁ କଠିଣ

  ବିଶ୍ୱାସ ନାହିହିଁ କାରେ,

ବନ୍ଧୁ କିଏ ଅଟେ ଶତ୍ରୁ କିଋ ଅଟେ

  ଅସମ୍ଭବ ବୁଝିବାରେ।


ଏକା ବନ୍ଧୁ ସେହୁ ପ୍ରଭୁ ଜଗନ୍ନାଥ

  ତାଙ୍କ ଧ୍ୟାନ ଅନୁକ୍ଷଣେ,

କପଟୀ ବନ୍ଧୁ କି ବନ୍ଧୁ ହୋଇ ପାରେ

  ଛଳନଟି ଅନୁକ୍ଷଣେ।


କପଟୀ ବନ୍ଧୁର କାର୍ଯ୍ୟ ଅନୁକ୍ଷଣ

  ମୁଖେ ତାର ମୃଦୁ ଭାଷ,

ଭିତରେ କରେଟି ଲୋକହଂସା ମିତ୍ରେ

  କିପରି ତାର ସାହସ।


ବନ୍ଧୁରତ କ୍ଷତି କରିପାରେ ନାହିଁ

  ହୁଏ ଅବିଶ୍ବସୀ ଭବେ,

ଧାତା ଲେଖିଅଛି କପାଳେ ଯାହାର

  ଏହୁ ସତ୍ୟଟି ହିଁ ଭବେ।


ଅସୁବିଧା କରେ କର୍ମପଥେ ତାର

  ବିଚଳିତ କରେ ମନ,

ବନ୍ଧୁର ବିଶ୍ୱାସ ଚିନ୍ତିତ କରେଟି

   ପ୍ରଭୁ ଚରଣରେ ଧ୍ୟାନ।


ମନୁଷ୍ୟ ଜୀବନ ପ୍ରଭୁଙ୍କ ଭିଆଣ

  ସତ୍ୟ କର୍ମ ଜୀବନର,

କପାଳ ଲିଖନ ଠାକୁର ଭିଆଣ

   ଜୀବନ ଅଟେ ତାଙ୍କର।


ମିଠା ବଚନରେ ଆକର୍ଷିତ କରେ

   କପଟ ଭରିଛି ହୃଦେ,

ବନ୍ଧୁ ହୋଇ କରେ ଛଳନା ବନ୍ଧୁରେ

   ଚିହ୍ନିତ କରେ ଟି ହୃଦେ।


କଳିଯୁଗ ଏହୁ ନାହିଁରେ ବିଶ୍ୱାସ

   ହିଂସା କପଟ ମନରେ,

ପବିତ୍ର ବନ୍ଧୁତା କଳଙ୍କିତ କରେ

  ଦୁଃଖ ଦିଏ ଜୀବନରେ।


ବନ୍ଧୁ ଶୁତ୍ରଧାର ବନ୍ଧୁର ବିରୋଧେ

  ସୃଷ୍ଟି କରେ ଶତ୍ରୁ ବାଣ,

ଭିତରେ ଭିତରେ ପ୍ରୟୋଗ ତାହାର

  ଭୟଙ୍କର ହୁଏ ବାଣ।


ସୃଷ୍ଟି ହିଁ ତାହାର ବନ୍ଧୁରେ ବିରୋଧେ

  ଚିହ୍ନିତ ହୁଏଟି ତାର,

ଦୟାନିଧି ଦୟା ଯାଠାରେ ରହିଛି

  ମଙ୍ଗଳ ହୁଏଟି ତାର।


କୃପାସିନ୍ଧୁ ପ୍ରଭୁ କୃପା ହିଁ କରନ୍ତି

  ଶୁଭମୟ ହୁଏ ଭବେ,

ଛାର ଶତ୍ରୁଙ୍କର ଶକ୍ତି ନାହିଁ କିଛି

  ସର୍ବୋପରି ପ୍ରଭୁ ଭବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy