Sarojini Mishra

Abstract Tragedy

5  

Sarojini Mishra

Abstract Tragedy

ଗୁମୁରି କାନ୍ଦୁଛି ଭାରତ ମାଆ

ଗୁମୁରି କାନ୍ଦୁଛି ଭାରତ ମାଆ

2 mins
432



ମୋ ଭାରତ ମାଆ ଗୁମୁରି କାନ୍ଦୁଛି

ଅସରା ଲୁହକୁ ନେଇ

ସବୁଜ ପଣତେ ନିଆଁ ଲାଗି ଅଛି

କାହାକୁ କହିବ ଯାଇ ।


ସବୁଜ ବଳୟ ସୌନ୍ଦର୍ଯ୍ୟ ବିଭାରେ

ଯିଏ ଥିଲା ବିଭୂଷିତା

ସବୁଜ ଶାଢୀ ତା ଛୋଟ ହୋଇ ଆସେ

ଗୁମୁରି କାନ୍ଦଇ ମାଆ ।


ସାଗର ଯାହାର ଅପୂର୍ବ ଛନ୍ଦରେ 

ପାଦ ତାର ଧୋଉ ଥିଲା

ସେ ଛନ୍ଦରେ ଭଟ୍ଟା ପଡ଼ି ତ ଯାଇଛି 

ଗୁମୁରି କାନ୍ଦେ ମୋ ମାଆ ।


ସ୍ଵର୍ଣ୍ଣ ଗର୍ଭା ମୋର ଭାରତ ମାଆ ର

ଶୂନ୍ୟ ଗର୍ଭା ଆଡ଼େ ଗତି

କେମିତି ରୋକିବ ଏଇ ବିପଦକୁ

ଅସ୍ଥିର ହେଉଛି ମତି ।


ସଦାଚାର ହଜେ ଭ୍ରଷ୍ଟାଚାର ମଧ୍ୟ

ଅହିଂସା ହିଂସା ଘେରରେ

ଶାନ୍ତି, ମୈତ୍ରୀ ହଜେ ଅହଂକାର ମଧ୍ୟେ

ମାଟି ମାଆ ଗୁମୁରି କାନ୍ଦେ ।

  

ଗୁମୁରି କାନ୍ଦୁଛି ପାହାଡ଼ ପର୍ବତେ

କାନ୍ଦୁଛି ଜଙ୍ଗଲ ମଧ୍ୟେ

ନଦୀ ଧାରେ ଖୋଜେ ଶାନ୍ତିର ପଵନ

ହେଲେ ପାଏ ନାହିଁ କାନ୍ଦେ ।


ପୂର୍ବେଶ୍ଵରୀ ଙ୍କର ଓଁ କାର ଖୋଜୁଛି

ଦିଗ୍ ଭ୍ରାନ୍ତ ଲୋକଙ୍କ ମଧ୍ୟେ

ଶିକ୍ଷା ମର୍ମ ଖୋଜି ହତାଶ ହେଉଛି

ଖାଲି ସେ ଗୁମୁରି କାନ୍ଦେ ।


ପ୍ରେମର ମହକ ଖୋଜୁଛି ଆତୁରେ

ହେଲେ ସେ ଖୋଜି ପାଉନି

ପ୍ରେମରେ କଳଙ୍କ ଲାଗି ଯାଇଅଛି 

ତ୍ୟାଗ ଖୋଦିଲେ ମିଳୁନି ।


ମୋ ଭାରତ ମାଆ ଗୁମୁରି କାନ୍ଦୁଛି

ଖୋଜୁଛି ବୀର ସନ୍ତାନେ

ସତ୍ୟ, ଅହିଂସା ନିର୍ବାସିତ ହେଲେ

ଭାବୁ ଅଛି ମନେ ମନେ ।


ଆଚାର ବିଚାର ହଜି ତ ଯାଇଛି

ଭ୍ରଷ୍ଟାଚାର ଅର୍ଗଳୀରେ

ଖୋଜି ବାକୁ ଯାଇ ଆଘାତ ପାଉଛି

ଗୁମୁରି ଗୁମୁରି କାନ୍ଦେ ।


ଆର୍ଯ୍ୟ ନାରୀ ଆଜି ଧୈର୍ଯ୍ୟ ହରାଇଛି

ଭୁଲିଛି ତାହାର ଗାଥା

ସ୍ଵାଧୀନତା ନାମେ ସ୍ୱେଚ୍ଛାଚାରୀତା ର 

ଝଣ୍ଡା ଉଡ଼ି ଦିଏ ବ୍ୟଥା ।


ଭାରତ ମାଆ ମୋ ଗୁମୁରି କାନ୍ଦୁଛି

ସଂସ୍କାର କୁ ଖୋଜି ଖୋଜି

ପୁରୁଣା କାଳିଆ କଥାରେ ସଂସ୍କାର

ନିଜ ନାମ ଲେଖାଇଛି ।


ମୋ ଭାରତ ମାଆ ଗୁମୁରି କାନ୍ଦୁଛି

ତା ଐତିହ୍ୟ ହଜି ଅଛି

ତା ସଂସ୍କୃତି ଆଜି ବାହାରେ ଆଦୃତ

ଏଠି ସତ୍ତା ହରାଉଛି ।


ଦୟା, ଧର୍ମ, କ୍ଷମା ଶାନ୍ତିର ବାରତା

ଖୋଜେ ଆଜି ମୋର ମାଆ

ସ୍ୱାର୍ଥ ଅହଂକାର ଅଳିଆ ଗଦାରେ

ପୋତି ହୋଇ ବାଟ ବଣା ।


ସ୍ଵାଧୀନତା ହଜି ତ ଯାଉଛି

ମାଆ ମୋ ଗୁମୁରି କାନ୍ଦେ

ଗଣତନ୍ତ୍ର ଆଜି ଆତ୍ମହତ୍ୟା କରେ

ଅମଲା ତନ୍ତ୍ରର ଫାନ୍ଦେ ।


ଭାରତ ମାଆ ମୋ ଗୁମୁରି କାନ୍ଦୁଛି

ଖୋଜଛି ସମ୍ମାନ ସଂଜ୍ଞା

ଅର୍ଥ ପହେଲିରେ ସମ୍ମାନର ସଂଜ୍ଞା

ପଡ଼ି ଯାଇ ଅଛି ବନ୍ଧା ।


ମୋ ଭାରତ ମାଆ ଗୁମୁରି କାନ୍ଦୁଛି

ହାତ ଯୋଡି କହୁଅଛି

ଏ ମାଟି ସଂସ୍କୃତି ଏ ମାଟିର ଗାଥା

ମନେ ପକାଅ କହୁଛି ।


ମୋ ଭାରତ ମାଆ ଗୁମୁରି ଗୁମୁରି

ଶାନ୍ତି ଆବାହନୀ କରେ

ଆକାଶେ ବତାସେ ମାଟିର ପୃଷ୍ଠାରେ

ସତ୍ୟର ମନ୍ତ୍ର ଉଚ୍ଚାରେ ।


ଭାରତ ମାତା ଯେ ଗୁମୁରି ଗୁମୁରି

ଏକତା ମହତ୍ତ୍ଵ କୁହେ

ସେ ମନ୍ତ୍ରେ ଦୀକ୍ଷିତ ହୋଇଗଲେ ଥରେ

ବିପଦ ଟଳିବ ଭଲେ ।


ଗୁମୁରି କାନ୍ଦୁଛି ଭାରତ ମାଆ ଯେ

ଚାଲ ତା ଲୁହ ପୋଛିବା

ହାତରେ ହାତକୁ ମିଳାଇ ଆମେ ଯେ

ସୂର୍ଣ୍ଣ ଭାରତ ଗଢିବା ।


ଭ୍ରାତୃତ୍ୱର ଧାରା ବୁହାଇ ଦେବା ଯେ

ନ ଥିବ ଶତ୍ରୁର ଭୟ

ଦୟା କ୍ଷମା, ପ୍ରୀତି, ତ୍ୟାଗ ବରଷା ରେ

ଏ ମାଟି ହେବ ପ୍ରସିଦ୍ଧ ।


ଭାରତ ମାଆର ପଣତରେ ଆମେ

ସବୁଜିମା ଭରିଦେବା

କୋଣେ ଅନୁକୋଣେ ପବିତ୍ର ମନ୍ତ୍ରର 

ସ୍ପୁରଣ ଯେ କରାଇବା ।


ଭାରତ ମାଆ ଯେ ଲୁହ ପୋଛି ଦେଇ

ଆମକୁ କୋଳେଇ ନେବ

ମୋ ଭାରତ ହେବ ରୁଦ୍ଧିମନ୍ତ ପୁଣି

ଶାନ୍ତିର ଧ୍ଵଜା ଉଡିବ ।


Rate this content
Log in

Similar oriya poem from Abstract