STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ପାଣି ଗାଥା ଝରଣାରେ

ପାଣି ଗାଥା ଝରଣାରେ

1 min
2

ନିଃଶବ୍ଦ ମୁହୂର୍ତ୍ତର ଆତ୍ମଲିପି ନେଇ

ନଦୀର ଧାରାଟି ଧାବମାନ

ପାଣି ବହି ଚାଲିଛି
ସ୍ୱତଃ ଧବମାନତା କୁ ନେଇ
ପାଣି ର ନିଃଶବ୍ଦ ଯାତ୍ରା
ସାବଲୀଳ ଗନ୍ତବ୍ୟ ପଥରେ
କେତେବେଳେ
ସାଗର ସଂଗମ ହେଉଛି
ଅବା
ଅଧା ରାସ୍ତାରେ ହରାଉଛି ସତ୍ତା
ତା ହିସାବ କିଏ ବା ରଖୁଛି !


ପାଣି ପ୍ରଭାବ ଶୂନ୍ୟତାରେ
କେତେବେଳେ
କରୁଛି ଆତ୍ମ ବିସର୍ଜନ
ସେ କଥା ତା ଗନ୍ତବ୍ୟ ପୃଷ୍ଠାର
ଅସ୍ପଷ୍ଟ ଲିପି ହୋଇ ରହି ଯାଉଛି ।

ହେଲେ,
ସେଇ ପାଣି
କଠିନ ଚଟାଣ ସହ ଆଘାତର
ନିର୍ମମ ପ୍ରହାର
ଅପ୍ରତିହତ ଗତି
କଠିନ ବଳୟକୁ
ଅତିକ୍ରମ କରିବାର ପ୍ରଚଣ୍ଡ ପ୍ରାଜ୍ଞତାରେ
ତାକୁ କଠିନ ଶୈଳ ସାରଣୀରେ
ଝରଣାଟିଏ ହୋଇ
ନିଜର ପରିଚିତି ବାଣ୍ଟୁଛି
ଯାହାର ଶବ୍ଦରେ
ନା ମନ ମାନସ ଅସ୍ତବ୍ୟସ୍ତ
ନା ହେଉଛି ବିରକ୍ତି ର ଜନ୍ମ
ଏକ ସୁନ୍ଦର ମନୋମୁଗ୍ଧ ସଂଗୀତ
ମନ ମାନସରୁ
ସବୁଜ ବଳୟ ପର୍ଯ୍ୟନ୍ତ
ସବୁଠି ବାଣ୍ଟୁଛି ଆତ୍ମବିଭୋରତା ର
ଦିଗନ୍ତ ପ୍ରସାରୀ ଆନନ୍ଦ
ଯାହାର ସାନ୍ନିଧ୍ୟ
ମନରେ ଲେଖି ଦେଉଛି
ଶାନ୍ତି ସ୍ତୋତ୍ର
ଯାହା ର ଶବ୍ଦ ମୂର୍ଚ୍ଛନାରେ
କେବଳ ସଂଗୀତର ସ୍ୱରଲିପି
ଯାହାର ଉପସ୍ଥିତି ରେ
ଚିତ୍ତ ଆନନ୍ଦ ବଳୟରେ
ସଂତୃପ୍ତି ରେ ସ୍ତବ୍ଧ ।
କାହିଁକି ନା !
କାହିଁକି ନା ସେ ଲଢ଼ିଛି
କିନ୍ତୁ ହାରିନି
କଠିନ ଚଟାଣର ଧକ୍କାକୁ
ଧୈର୍ଯ୍ୟର ଶିଳା ଉପରେ
ସାମ୍ନା କରିଛି
ନିଜ ଅସ୍ତିତ୍ୱକୁ ନ ହରାଇ
ସେ ହୋଇଛି
ସାଧାରଣ ପାଣିରୁ
ମନୋମୁଗ୍ଧକର ଝରଣାଟିଏ
ଆଉ,
ହୋଇଛି ଶାନ୍ତି ବାଣ୍ଟିବାର
ଅକ୍ଷୟ ପାତ୍ରଟିଏ ।

ସରୋଜିନୀ ମିଶ୍ର
ସତ୍ୟବାନୀ, ପୁରୀ


Rate this content
Log in

Similar oriya poem from Inspirational