STORYMIRROR

Dr Padarabinda Rath

Inspirational

3  

Dr Padarabinda Rath

Inspirational

ନଦୀ, ବୁଢିଆଣୀ, ପିମ୍ପୁଡି ଓ ମୁଁ

ନଦୀ, ବୁଢିଆଣୀ, ପିମ୍ପୁଡି ଓ ମୁଁ

1 min
13.1K


ନଦୀ

ବନ୍ଧୁର ପଥରେ ଅନାୟାସେ ଚାଲିଛୁ

ଅମା ଅନ୍ଧାରରେ ଲକ୍ଷ୍ୟକୁ ଦେଖୁଛୁ

ମତେ ବି ତ ରାସ୍ତା ଟିକେ କହ

ଆଗରେ ତୋ ବାଧା ବିଘ୍ନ ଥିଲେ

ସତରେ ତୁ କେମିତି ଯାଉଛୁ


ବୁଢିଆଣୀ

କେତେ ନିପୂଣତାରେ ତୋ ଘର ଗଢୁଛୁ

କେତେ ବିଶ୍ୱାସରେ ତୁ ତୋ କାମ କରୁଛୁ

ମତେ ବି ତ ରାସ୍ତା ଟିକେ କହ

ଛିଡି ଯାଉଥିବା ସୁତା ଖିଅକୁ

ସତରେ ତୁ କେମିତି ଯୋଡୁଛୁ


ପିମ୍ପୁଡି

ଯେତିକି ଚଢୁଛୁ, ସେତିକି ଖସୁଛୁ

ତଥାପି ଚେଷ୍ଟାରେ ଅଟଳ ରହୁଛୁ

ମତେ ବି ତ ରାସ୍ତା ଟିକେ କହ

ବାରମ୍ବାର ବିଫଳତା ପରେ

ସତରେ ତୁ କେମିତି ଉଠୁଛୁ


ମୁଁ

କୋମଳ ନିର୍ମଳ ମନଟେ ରଖିବି

ବିଶ୍ୱାସ, ନିଷ୍ଠାରେ କାମ କରିଯିବି

ଶିଖିଲି ତୁମଠୁ ଏଇ କଥା ସବୁ

ଲକ୍ଷ୍ୟ ନଆସିଲେ କେବେ ନଥକିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational