STORYMIRROR

Santosh Kumar Ojha

Inspirational

3  

Santosh Kumar Ojha

Inspirational

ଜୟ ମାଆ ଜଗଦମ୍ବେ

ଜୟ ମାଆ ଜଗଦମ୍ବେ

1 min
197


ଜୟ ମା ଜଗଦମ୍ବେ

    ଜଗତ ଜନନୀ (୨ଥର)

ଦୁଷ୍ଟ ନାଶି ସନ୍ଥ ପାଳୁ

    ଦୁର୍ଗତିନାଶନୀ

ଜୟ ମାଆ ଜଗଦମ୍ବେ ଜଗତ ଜନନୀ..(ଘୋଷା)


ମହିଷା ବଧିଲୁ ସତ୍ୟେ

     ହେଇ ବିବସନା 

ବିବଶ କରିଲୁ ରୂପେ

    ହେଲା ଆନମନା

ପୌରୁଷ ଦୁର୍ବଳ ହେଲା ଦେଖି ତୋ ମୋହିନୀ 

ଜୟ ମାଆ ଜଗଦମ୍ବେ ଜଗତ ଜନନୀ ..।୧।


ତ୍ରେତୟାରେ ସୀତା ରୂପେ

      ଧରାକୁ ଆସିଲୁ 

ରାବଣକୁ କୋଳେ ଧରି

      ରାମରେ ନାଶିଲୁ

ମାତୃବତ୍ ପର ଦାରା ଶିଖେଇଲୁ ପୁଣି

ଜୟ ମାଆ ଜଗଦମ୍ବେ ଜଗତ ଜନନୀ....।୨।


ବିଜୁଳି କନ୍ୟା ରୂପରେ

     ଜନ୍ମିଲୁ ଦ୍ୱାପରେ

ଚେତାବନୀ ଦେଲୁ କଂସେ

     ମରଣ କୃଷ୍ଣରେ

କୌରବ ଦର୍ପ ନାଶିଲୁ ହେଇ ଯାଜ୍ଞସେନୀ

ଜୟ ମାଆ ଜଗଦମ୍ବେ ଜଗତ ଜନନୀ...।୩।


ନାରୀ ମାଂସ ଲୋଭୀ ନର

    ବାସନାରେ ବଶ

ତିନି ଯୁଗେ ବୁଝେଇଲୁ

    ନତେଜିଲା ଦୋଷ

କଳି ଯୁଗେ ନାରୀ ରୂପେ ତୁହି ନାରାୟଣୀ

ଜୟ ମାଆ ଜଗଦମ୍ବେ ଜଗତ ଜନନୀ...।୪।



Rate this content
Log in

Similar oriya poem from Inspirational