STORYMIRROR

Hasyamayee Raj

Inspirational

3  

Hasyamayee Raj

Inspirational

ସାହିତ୍ୟ

ସାହିତ୍ୟ

1 min
191

ସାହିତ୍ୟ ନୁହଁଇ

ଜୀବନଠୁ କେବେ ଭିନ୍ନ 

ତା ବିନା ଜୀବନ 

ଶୂନ୍ୟ ଶୂନ୍ୟ ମହାଶୂନ୍ୟ 

ଭାବନା କରେ ସେ ପୁର୍ଣ୍ଣ

ଯେ କରେ ତା ସୁଧା ପାନ

ସଂସାରରେ ହୁଏ ଧନ୍ୟ ।।


ସାହିତ୍ୟ ଫୁଟାଏ

ସ୍ୱପ୍ନର ମଲ୍ଲୀ କଢ

ଅନ୍ୟାୟ ଅନୀତି 

କଣ୍ଠରୋଧ ପାଇଁ 

ସୃଷ୍ଟି କରିପାରେ ଝଡ

ଚିର ଚେତନ ସେ

ମନକୁ କରେନା ଜଡ

ସାହିତ୍ୟ ଜିତାଏ

ଜାତନାର ଯେତେ ଗଡ

ଭରିପାରେ ପୁଣି

ଶୂନ୍ୟ ଜୀବନ ନୀଡ ।। 


ଶସ୍ତା ନୁହେଁ ତ ସାହିତ୍ୟ 

ସେ କରେ ସଭିଙ୍କ ହିତ

ସାରା ଦୁନିଆରେ 

ସିଏ ଅଟେ ଶ୍ରେଷ୍ଠ ମିତ

ଆଲୋକିତ କରେ ପଥ

ଦେଖାଏ ନବ ଦିଗନ୍ତ

ସେ ଶିବ ସୁନ୍ଦର ସତ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational