ସାହିତ୍ୟ
ସାହିତ୍ୟ


ସାହିତ୍ୟ ନୁହଁଇ
ଜୀବନଠୁ କେବେ ଭିନ୍ନ
ତା ବିନା ଜୀବନ
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ଭାବନା କରେ ସେ ପୁର୍ଣ୍ଣ
ଯେ କରେ ତା ସୁଧା ପାନ
ସଂସାରରେ ହୁଏ ଧନ୍ୟ ।।
ସାହିତ୍ୟ ଫୁଟାଏ
ସ୍ୱପ୍ନର ମଲ୍ଲୀ କଢ
ଅନ୍ୟାୟ ଅନୀତି
କଣ୍ଠରୋଧ ପାଇଁ
ସୃଷ୍ଟି କରିପାରେ ଝଡ
ଚିର ଚେତନ ସେ
ମନକୁ କରେନା ଜଡ
ସାହିତ୍ୟ ଜିତାଏ
ଜାତନାର ଯେତେ ଗଡ
ଭରିପାରେ ପୁଣି
ଶୂନ୍ୟ ଜୀବନ ନୀଡ ।।
ଶସ୍ତା ନୁହେଁ ତ ସାହିତ୍ୟ
ସେ କରେ ସଭିଙ୍କ ହିତ
ସାରା ଦୁନିଆରେ
ସିଏ ଅଟେ ଶ୍ରେଷ୍ଠ ମିତ
ଆଲୋକିତ କରେ ପଥ
ଦେଖାଏ ନବ ଦିଗନ୍ତ
ସେ ଶିବ ସୁନ୍ଦର ସତ୍ୟ ।।