STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଆ ବୃନ୍ଦାବତୀ

ମାଆ ବୃନ୍ଦାବତୀ

1 min
343


ସତୀ ମହାସତୀ ମାତା ବୃନ୍ଦାବତୀ

    ତୁମେ ଜଳନ୍ଧର ପତ୍ନୀ.

ଧର୍ମଧ୍ଵଜ ବେଦବତୀଙ୍କ ଦୁହିତା

    ପତି ପରାୟଣା ସତୀ.

ମାଗୋ, ମହିମାମୟୀ ବୃନ୍ଦାବତୀ. l0l


ଶିବ ଜଳନ୍ଧର ଯୁଦ୍ଧକାଳେ ମାଗୋ

    ବିଷ୍ଣୁ କରିଲେ କପଟ.

ହରିଲେ ସତୀତ୍ଵ ନାଶି ଜଳନ୍ଧର

    ପାଷାଣ ଅଭିଶାପେତ.

ହସି ହସି ବିଷ୍ଣୁ ନେଲେ ଅଭିଶାପ

     ସୁଦୟା କଲେ ତୋ କତି. l1l


ତୁମେ ବୃନ୍ଦାବତୀ ଜନ୍ମିବ ତୁଳସୀ

    ଯୁଗେ ଯୁଗେ କୀର୍ତ୍ତି ଥାଉ.

ଶାଳଗ୍ରାମ ହୋଇ ମଥାପରେ ବହି

     ମାଗୋ ତୁହି ପୂଜା ପାଉ.

ଦୁଆରେ ଦୁଆରେ ଜନ ମାନସରେ

     କରାଇ ସୌଭାଗ୍ୟବତୀ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational