STORYMIRROR

Satyaprakash Sethy, M. A(UGC NET)

Inspirational

4  

Satyaprakash Sethy, M. A(UGC NET)

Inspirational

ଚଢେଇ

ଚଢେଇ

2 mins
427


ସକାଳୁ ସକାଳୁ ବିଛଣାରୁ ଉଠି

ଦେଖିଲି ଚଢେଇ ଦଳେ

ଖାଇ ହେଉଛନ୍ତି ବୁଲି ଲାଗୁଛନ୍ତି

ଅନ୍ନ ଖୋଜୁଛନ୍ତି ବେଳେ।।

କିଚିରି ମିଚିରି ଶବ୍ଦରେ ତାଙ୍କର

ନିଦ ଯାଉଥିଲା ଭାଙ୍ଗି

ଭାବିଲି ଫିଙ୍ଗିବି ଟେକା କି ପଥର

ପାରିଲିନି ବସା ଭାଙ୍ଗି।।

ଆହାଃ କି ସୁନ୍ଦର କାକଳି ୟାଙ୍କର

ଭଜ ଭଜଳିଆ ବଣି

ହାତରେ ଧରିଣ ତଣ୍ଡୁଳ ମୁଠିଏ

ଚାରିଆଡ଼େ ଦେଲି ବୁଣି।।

ଗୋଟା ଗୋଟା କରି ଖାଇ ଗଲେ ସବୁ

ଥଣ୍ଟରେ ଉଠାଇ ନେଲେ

ଗଛ କୋରଟରେ ରହିଥିଲେ ଚାହିଁ

ଶିଶୁ ଶାବକକୁ ଦେଲେ।।

ସରଳ ତରଳ ଜୀବନ ଆଦର୍ଶ

ଭାରି ମନ ଲୋଭା କାନ୍ତି

ଏମିତି ଜନମ ମିଳନ୍ତା କି ଗୋଟେ

ହଟନ୍ତା ମୋହର ଭ୍ରାନ୍ତି ।।

ଦୁନିଆର ଗତି ଓଲଟା ହେଲାଣି

ଶାନ୍ତି ମିଳୁ ନାହିଁ ଖୋଜି

ଚାରିଆଡ଼େ ଖାଲି ଅନାଦର୍ଶ ଛବି

ଜୀବନ ଯାଉଛି ହଜି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational