STORYMIRROR

Satyaprakash Sethy, M. A(UGC NET)

Romance

4  

Satyaprakash Sethy, M. A(UGC NET)

Romance

ପ୍ରେମ ବାରି ଧାରା

ପ୍ରେମ ବାରି ଧାରା

1 min
239


ମନେପଡେ ଆଜି ରଙ୍ଗବତୀ କଥା

କାହାଣୀଟି ସ୍ଵପ୍ନ ଭରା, 

ଆମ ଗାଁ କନିଆ କନକ ଗୋରୀ ସେ 

ଭାରି ରୂପବତୀ ପରା ।୦।

ବେଣୀକି ହଲାଇ କାନିକୁ ଉଡାଇ

ଚାଲଇ ଯେବେ ସେ ବାଟ, 

ନିତମ୍ବ ଦେଶ ଯେ ଚହଲି ଉଠଇ 

ଟୋକାଙ୍କର ଲାଗେ ହାଟ।

ଖିଲିଖିଲି ହସି ଟାହୁଳ ହୁଅନ୍ତି 

ଲାଜେ ହୁଏ ଦରମରା। ୧।

ରୂପ ଲାବଣ୍ୟରେ ଭରା ଯୌବନରେ

ଉକୁଟି ଉଠଇ ରଙ୍ଗ, 

ଗୋରୀ ଚମଡିକୁ ତନୁ ପାତଳୀ ସେ

ଫୁଟି ଦିଶେ କୋମଳାଙ୍ଗ।

ଆଖିରେ ଆଖିଏ ମାଦକତା ଭରେ 

ବହେ ପ୍ରେମ ବାରି ଧାରା। ୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance