STORYMIRROR

ଅନିଲ କୁମାର ଲେଙ୍କା

Abstract Romance

4  

ଅନିଲ କୁମାର ଲେଙ୍କା

Abstract Romance

ପବିତ୍ର ପାପ !

ପବିତ୍ର ପାପ !

1 min
293


'ପବିତ୍ର ପାପ'ର ନିର୍ବାଣ ପ୍ରୟାସେ

   ରଖୁଛି ଜବାନବନ୍ଦୀ 

ନିଜ ଆତ୍ମା କାହିଁ କଳଙ୍କିତ ଲାଗେ

   କହୁଛି ଏକଥା ଛନ୍ଦି ।।


ପାପ କରିଛି କି ପୂଣ୍ୟ ମୁଁ କରିଛି

   ଏକଥା ତ ଜାଣି ନାହିଁ

ତଥାପି କାହିଁକି ଲୋତକ ଝରୁଛି

  ଚକ୍ଷୁରୁ କଳଙ୍କ ହୋଇ ।।


ଦୁନିଆ ଆଗରେ ମହତ ପଣିଆ 

   ସବୁତ ମିଛରେ ଗଣା

ପବିତ୍ର ସମ୍ପର୍କ ବାଦ ପଡେ ନାହିଁ 

   ମୁଣ୍ଡାଏ ଦୁର୍ନାମ ମୁଣା ।।


ଜହ୍ନର କାଳିମା ଭିଜାଏ ଆଦରେ

   ଚକୋରୀର ତନୁ ମନ

ଗୁପ୍ତ ପ୍ରଣୟରେ ମ୍ରିୟମାଣ ସାଥୀ

  ବିନାଶିତ ଲାଗେ ସ୍ୱପ୍ନ ।।


ଅଭିମାନେ ସିକ୍ତ ସହରେ ଶୁଭୁଚି

   ଘୃଣାର ତ ସାହାନାଇ

ଭଲ ମନ୍ଦ କଥା କେମିତି କହିବି

  ହୃଦୟେ ଯାତନା ଥାଇ ।।


ନିମିଷେ ବଦଳେ ମନର ଠିକଣା

   ସେପାଇଁ ଭରଇ ଆଖି

ଭଷା ବାଦଲକୁ ଭରଷା କରିଛି

  ଛାତିରେ ପଥର ରଖି ।।


ନଷ୍ଟ ପ୍ରେମ ଭାଷା ବିଚଳିତ କରେ

  ନହୁଲି ପ୍ରାଣକୁ ମୋର

କାମନା ବିନାଶେ ଦୁଃଖ ଦୂରହୁଏ

  ଏ କଥା ବେଦର ଗାର ।।


କଳ୍ପନା କୁଟୀରେ ରଖିଛି ସାଇତି

   ପ୍ରିୟାର ଭାବନା ମାନ

ଆଗକୁ ନିଶ୍ଚୟ ପ୍ରତିଜ୍ଞା ସାଧନେ

   ଅଟଳ  ରଖିବି ମନ ।।


ଆସୁ ଯାହା ଝଡ ବାଦ ଅପବାଦ

   ରହିଥିବି ସଦା ସାଥେ

କଥା ତ ଦେଇଛି ରାଣ ବି ଖାଉଛି

  ଚାଲିବି କର୍ତ୍ତବ୍ୟ ପଥେ ।।


ସବୁ ଅପବାଦ ବହିଯିବ ଶେଷେ

   ହେଇକି ପୂଣ୍ୟର ନଈ

ଭୁଲ୍ ଠିକ୍ ଯାହା ବିଚାର କରିବେ

  ଏବେମୋ ଭଉଣୀ ଭାଇ ।।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract