STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ସ୍ମୃତି-୫

ସ୍ମୃତି-୫

2 mins
200

ସପନର ବତୀଘରେ,

ଖୋଲା ଆକାଶର ବେଳା ଭୂମିରେ,

ଆଙ୍କିଥାଏ ଯେବେ ମନେ ମନେ ତୋର ପ୍ରତିଛବି,

କାହିଁ ଯାଏ ସେ ମନରୁ ମୋ ଲିଭି ଲିଭି .....

ଅବାସ୍ତବର ଆଇନାରେ,

ବାସ୍ତବତାର ପ୍ରେମରେ,

ଖୋଜିବୁଲେ ମୁଁ ଯେବେ ତୋର ପ୍ରୀତି,

ହଜି ହଜି ଯାଏ ମୁଁ,

ରହିଯାଏ ଖାଲି ତୋର ସ୍ମୃତି !

ସ୍ମୃତିର ଝରକାରେ,

ଚାହିଁଦେଲେ ମୁଁ ଦୂରେ,

ପଥହୁଡା ପଥିକଟେ ମୁଁ,

ହଜିଯାଏ ନୀରବରେ !

ନୀରବତା ତୋର ପୁଣି କହେ,

ପ୍ରେମ ତୋର ବାସ୍ତବ ଯେ,

ମୁଁ ଅବାସ୍ତବ ପଥିକ,

ଆସିଗଲି ତୋର ଜୀବନେ !

ବାସ୍ତବତାର ପରସରେ,

ଚାଲିଯାଉ ଦୂରେ ଦୂରେ,

ପ୍ରେମ ସତ, ସ୍ମୃତି ସତ,

କାହିଁ ହଜିଯାଏ ମୁଁ ଦୁନିଆ ଦାଣ୍ଡରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance