STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

3  

ଅନିଲ କୁମାର ଲେଙ୍କା

Romance Tragedy

# ସ୍ମୃତି-୭ #

# ସ୍ମୃତି-୭ #

1 min
207

ମନରେ ଅନେକ ସ୍ୱପ୍ନ,

ସ୍ୱପ୍ନରେ ଅନେକ ରଙ୍ଗ,

ରଙ୍ଗରେ ଅନେକ ସ୍ମୃତି,

ସ୍ମୃତି ଖାଲି ସମ୍ଭାବନାମୟ !


ଫୁଲରେ ଅନେକ ବାସ୍ନା,

ବାସ୍ନାରେ ଅନେକ ମୋହ,

ମୋହରେ ଅନେକ ଭ୍ରମର,

ଭ୍ରମର ଖାଲି ମରୀଚିକାମୟ !


ଜୀବନ ଜୀଇଁବା ଭଲ,

ସୁଖ ଦୁଃଖର ମୂଲ,

ସବୁଖାଲି କର୍ମମୟ,

ତୁମେ ତ ଦୂର ଦିଗବଳୟ !


ଲେଉଟାଇଲି ପୃଷ୍ଠା ପରେ ପୃଷ୍ଠା,

ଖୋଜି ଚାଲିଲି ପୁରୁଣା ସ୍ମୃତିକୁ,

ସ୍ମୃତିରୁ ପାଇଲିନି କିଛି ଅନ୍ତ,

ତୁମେ ତ ସର୍ବଦା ଦୂର ଦିଗନ୍ତ !


ସ୍ମୃତି ମରୀଚିକା ପରି,

ରାତିର ଆସ ସକାଳୁ ଯାଏ ଅପସରି,

ଫେରି ଚାଲିଲି ଅତୀତକୁ,

ଭୁଲି ପାରିବିନି କେବେ ତୁମକୁ !


ପ୍ରେମ ତ ତୁମ ରାଗମିଶା,

କେବେ ଦେଖାଏ ସପନ କେବେ ହତାସା,

ଚାଲିଯାଅ ଦୂରେ ତୁମେ ମୋତେ କରି ଏକା,

ଦୂର ଦିଗବଳୟ ଆଜି ଦିଶେ ଝାପସା ଝାପସା !


ସ୍ମୃତି ତୁମ ଅସରନ୍ତି,

କେବେ ଆସି ମୋତେ ପଚାରନ୍ତି,

ଠକି ଯିବୁ ଜୀବନେ ମିଛ ମାୟା ସଂସାରେ,

ଏଠି ପ୍ରେମ ସତ୍ୟ, ସ୍ୱପ୍ନ, ସତ୍ୟ,

ସ୍ମୃତି ସତ୍ୟ କିନ୍ତୁ ଅପେକ୍ଷାରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance