STORYMIRROR

Minati Rath

Abstract Romance

4  

Minati Rath

Abstract Romance

ବିନ୍ଦୁଏ ସିନ୍ଦୁର ପାଇଁ

ବିନ୍ଦୁଏ ସିନ୍ଦୁର ପାଇଁ

1 min
451

ସହ୍ୟ ଅସହ୍ୟ

ଯେତେ ସବୁ ଦେଇଛ ଯନ୍ତ୍ରଣା

ସହିଗଲା ପରେ

ଶ୍ରାବ୍ୟ ଅଶ୍ରାବ୍ୟ

ସବୁ ଶୁଣିଲା ପରେ

ବ୍ୟକ୍ତ ଅବ୍ୟକ୍ତ

ସବୁ ବେଦନାକୁ

ହୃଦୟରେ ସାଇତି ଦେଲା ପରେ

ଆଉ କଣ ବାକି ଅଛି

ତୁମକୁ ଶାନ୍ତ ଆଉ ଶକ୍ତ କରିବାକୁ ?


ମୁଁ ତୁମର ସେଇ ଅବିଚ୍ଛେଦ୍ୟ ଅଙ୍ଗ

ଯାହା ପାଇଁ ତୁମର ଭିନ୍ନ ଏକ ପରିଚୟ

ଦୁନିଆ ଆଖିରେ ମୁଁ ସେଇ ଅର୍ଧାଙ୍ଗିନୀ

ଯାହା ମଥାରେ ଭରିଦେଇ ବିନ୍ଦୁଏ ସିନ୍ଦୁର

ତୁମେ ବୋଲାଉଛ ପତି, ପୁରୁଷ ଆଉ ପରମେଶ୍ୱର ।


ସେଇ ବିନ୍ଦୁଏ ସିନ୍ଦୁର ପାଇଁ

ଅନେକ ଶୁଣିଛି

ଅନେକ ସହିଛି

ତଥାପି ରହିଛି ଅବହେଳିତ ହୋଇ

ଅନେକ ପରୀକ୍ଷା କରିଛି

ତୁମ ଅଶାନ୍ତ ହୃଦୟରେ

ପରିତୃପ୍ତି ଆଣିଦେବା ପାଇଁ


କିନ୍ତୁ ପାରିନି

ତୁମ ପ୍ରେମିକ ମନକୁ ଖୋଜିବାକୁ ଯାଇ

ମୁଁ ନିଜେ ହଜିଯାଇଛି

ତୁମ ପ୍ରଶ୍ନର କୋଳାହଳ ଭିତରେ

ଅବଳା ନୁହେଁ ମୁଁ

ତଥାପି ରହିଛି ଏଠି

କେବଳ ତୁମେ ଦେଇଥିବା ସିନ୍ଦୁର ବିନ୍ଦୁର

ମାନ ରକ୍ଷା ପାଇଁ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract