STORYMIRROR

Minati Rath

Abstract Fantasy

4  

Minati Rath

Abstract Fantasy

ଅସରାଏ ବର୍ଷା

ଅସରାଏ ବର୍ଷା

1 min
52

ଅସରାଏ ବର୍ଷା 

ନା ଅସରାଏ ଲୁହ ବରଷାରାଣୀର?

ଅକୁହା ଭାଷା ଏ ତାର ଭିଜା ଓଢ଼ଣୀର 

ମମତାଭରା ତା' ପଣତକାନି ତଳେ

ଲୁଚି ରହିଛି ଦୁଇଟି ଅଶ୍ରୁଳ ନୟନ

ଆଉ ଯନ୍ତ୍ରଣା ଜର୍ଜରିତ ନାରୀ ହୃଦୟଟିଏ ।

କୃଷ୍ଣକାୟ ଜୀମୂତରାଜାର 

ଅତ୍ୟାଚାରରେ ଅତିଷ୍ଠ ସେ

ସାଜିଛି ପ୍ରତିଶୋଧର ମୂରତିଟିଏ

ପ୍ରତିହିଂସାର ପ୍ରତିବିମ୍ବ ସିଏ

ଅଟ୍ଟହାସ୍ୟ କରୁଛି ତା' 

ବଜ୍ରରୂପୀ ହସରେ ।

ନତ କରିବ ତା' ଉନ୍ନତ ମସ୍ତକ

ଭଙ୍ଗିଦେବ ତା'ର ଗର୍ବ ଗାରିମା 

ସତୀ ସୀତା ସାଜି ଭସ୍ମ କରିବ ସେ

ମେଘରୂପୀ ରାବଣର ସ୍ୱର୍ଣ୍ଣପୁରୀକୁ

ଚପଳା ହୋଇ ସେ ଜାଳିଦେବ ତା'ର 

ଅନ୍ଧକାରାଚ୍ଛନ୍ନ ମାୟାପୁରୀକୁ 

ଲୁହରେ ତା' ଧୋଇଦେବ

ଅହଙ୍କାରୀ ଅଭିମାନୀ ରାଜାର ସମ୍ପତ୍ତି ।


ପତନ ଘଟିବ ତା'ର 

ଗଗନେ ହସିବେ ରବି, ଚନ୍ଦ୍ର, ତାରା 

ତା' ବିଜୟରେ

ଧରାରେ ଗାଇବେ ସରିତ ସାଗର

ତାହାରି ଯଶ 

ଯଶକୀର୍ତ୍ତି ନେଇ ଫେରି ଆସିବ ସେ 

ଶ୍ରାବଣ ପାଶେ

ତା'ର ସ୍ନେହବୋଳା ପରଶ ଟିକେ ପାଇ 

ପୁଣି ସେ ଶୋଇଯିବ 

ତା'ରି କୋଳରେ ।


କିନ୍ତୁ ସେ ପର୍ଯ୍ୟନ୍ତ

ଅସରା ଏ ଲୁହ 

ଆଉ ଅସରା ଏ ବରଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract